ବିଜେଡିର ପ୍ରତିଷ୍ଠା ଦିବସରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ ଓ ରୋଗୀଙ୍କୁ ଫଳ ବଣ୍ଟନ

ବୁଗୁଡ଼ା : ତା ୨୬/୧୨/୨୫ : ବୁଗୁଡ଼ା ବ୍ଲକ ଓ ଏନ୍ଏସି ବିଜେଡି ପକ୍ଷରୁ ଦଳର ୨୯ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସ୍ଥାନୀୟ ବ୍ଲକ କାର୍ଯ୍ଯାଳୟ ଏବଂ ନୂଆଁ ବସଷ୍ଟାଣ୍ଡ ପରିସରସ୍ଥ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଦ୍ବୟରେ ପୁଷ୍ପମାଲ୍ୟ ଅର୍ପଣ ସାଙ୍ଗକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପ୍ରାକ୍ତନ କାଉନସିଲର ସୁଧାଂଶୁ ଶେଖର ପାଢୀ ଓ ସୂର୍ଯ୍ୟ ନାରାୟଣ ମହାନ୍ତି, ସରପଞ୍ଚ ସୁଶାନ୍ତ ପ୍ରଧାନ, ମନୋରଞ୍ଜନ ଦାଶ , କେ.ତ୍ରିଲୋଚନ ଦୋରା, ପ୍ର ବୁଗୁଡା ବ୍ଲକ ପ୍ରାକ୍ତନ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା , ଜିତେନ୍ଦ୍ର ସ୍ବାଇଁ , କବିରାଜ ଗୌଡ , ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ଖଦାଳ ଖଟେଇ , ବରୁଣ ସେନାପତି, ଅମରେନ୍ଦ୍ର ସେନାପତି, କାଉନସିଲର ଆଶୁତୋଷ ବଢେଇ, ସନ୍ତୋଷ କୁମାର ଜେନା, ରାଜେନ୍ଦ୍ର ପ୍ରସାଦ ଦାଶ, କୈଳାସ ପ୍ରଧାନ, କାର୍ତ୍ତିକ ସାହାଣୀ, ଚୋରିଆ ମଲ୍ଲିକ, ପ୍ରଶାନ୍ତ କୁମାର ପାତ୍ର, ବାବାଜୀ ନାୟକ, ହରିହର ବିଷୋୟୀଙ୍କ ସମେତ ବିଜେଡିର ବହୁ କର୍ମକର୍ତ୍ତା ଓ କର୍ମୀ ଯୋଗ ଦେଇଥିଲେ ।
