ଇଣ୍ଟରାକ୍ଟ କ୍ଲବର ପ୍ରଥମ ସ୍ଥାପନା ଉତ୍ସବ

ସମ୍ବଲପୁର, ୨୪. ୦୭:ବରଗଡ଼ସ୍ଥିତ ବେଦିକ ଇଣ୍ଟରନ୍ୟାସନାଲ ସ୍କୁଲରେ ରୋଟାରୀ କ୍ଲବ ଅଫ୍ ସମ୍ବଲପୁର ଗ୍ରେଟରର ପୃଷ୍ଠପୋଷକତାରେ ଇଣ୍ଟରାକ୍ଟ କ୍ଲବର ପ୍ରଥମ ସ୍ଥାପନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ କୁମାରୀ ଦୃଷ୍ଟି ଅଗ୍ରୱାଲ ଇଣ୍ଟରାକ୍ଟ କ୍ଲବର ସଭାପତି ଏବଂ ଭୌତିକ ମିଶ୍ର ସମ୍ପାଦକ ଭାବେ ଶପଥ ଗ୍ରହଣ କରିଥିଲେ। ନୂତନ ସଦସ୍ୟମାନଙ୍କ ପାଇଁ ଏକ ଓରିଏଣ୍ଟେସନ୍ ସେସନ୍ ଆୟୋଜିତ ହୋଇଥିଲା।ଏହା ପରେ ୱେଲନେସ୍ କୋଚ୍ ଅଶୋକ କୁମାର ତ୍ରିପାଠୀଙ୍କ ଦ୍ୱାରା ଡାଏଟ୍ ଓ ନ୍ୟୁଟ୍ରିସନ୍ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେ ଛାତ୍ରଛାତ୍ରୀଙ୍କୁ ସୁସ୍ଥ ଖାଦ୍ୟାଭ୍ୟାସ, ପୋଷଣ ଏବଂ ସ୍ୱାସ୍ଥ୍ୟକର ଜୀବନଶୈଳୀ ସମ୍ପର୍କରେ ସଚେତନ କରିଥିଲେ।ଏହି ଅବସରରେ ବିଶିଷ୍ଟ ସମାଜସେବୀ ଅଶ୍ୱିନୀ କୁମାର ତ୍ରିପାଠୀଙ୍କୁ ସମାଜ ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।
ରୋଟାରୀ କ୍ଲବର ପୂର୍ବତନ ସଭାପତି ରୋଟାରିଆନ୍ ବିଲାଲ ମଲ୍ଲିକ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ରୋଟାରିଆନ୍ ଲକ୍ଷ୍ମୀପ୍ରିୟା ପ୍ରଧାନ, ସୁମିତ ନାୟକ, ସଫିନା ନାଜ, ଉର୍ମିଳା ବେହେରା ଏବଂ ଜିଲ୍ଲା ସମ୍ପାଦକ ରୋଟାରିଆନ୍ ସନ୍ଦୀପ ସାୱାଡ଼ିଆ ସକ୍ରିୟ ଭାବେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ରୋଟାରିଆନ୍ମାନଙ୍କ ଉତ୍ସାହପୂର୍ଣ୍ଣ ଉପସ୍ଥିତି ରହିଥିଲା। ଶେଷରେ ନବଗଠିତ ଇଣ୍ଟରାକ୍ଟ କ୍ଲବକୁ ଅଭିନନ୍ଦନ ଜଣାଇ ସମାଜସେବା କ୍ଷେତ୍ରରେ ସଫଳତା କାମନା କରାଯାଇଥିଲା।
