October 26, 2026

ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ 

IMG-20261026-WA0048
Share

 

ବରପାଲି,୨୬/୧୦(ସୁଦାମ ଦୀପ) : ବରପାଲି ବ୍ଲକ ଫୁଲାପାଲି ପଞ୍ଚାୟତ ଫୁଟବଲ ପଡିଆରେ ଆୟୋଜିତ ତ୍ରିଦିବସୀୟ ପ୍ରଥମ ଦଶହରା କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କଟାପାଲି ସରପଞ୍ଚ ଗଙ୍ଗାଧର ଦାସ, ମହୁଲପାଲି ସରପଞ୍ଚ ରବୀନ୍ଦ୍ର ଭୋଇ, ରାଜ୍ୟ ସମବାୟ ଉନ୍ନୟନ ଉପସଭାପତି ବୀରୋସନ ସାହୁ, ପହରା ଟିଭି ମୁଖ୍ୟ ପଲ୍ଲବୀ ହୋତା, ଆନ୍ତର୍ଜାତୀୟ ପର୍ବତାରୋହୀ ଲିପିକା ସେଠ, ପୂର୍ବତନ ଜିଲ୍ଲା ପରିଷଦ ଜୟଦେବ ଗଡତିଆ, ମଧୁସୂଦନ ମେହେର ପ୍ରମୁଖ ଯୋଗ ଦେଇ ଖେଳାଳୀ ଓ ଦର୍ଶକଙ୍କୁ ଫୁଟବଲ ମାଧ୍ୟମରେ ଶାରୀରିକ ସୁସ୍ଥତା, ଶୃଙ୍ଖଳା ଓ ଭାଇଚାରା ବୃଦ୍ଧି ନେଇ ପରାମର୍ଶ ଦେଇଥିଲେ।ଟୁର୍ଣ୍ଣାମେଣ୍ଟରେ ପ୍ରଥମ ସେମିଫାଇନାଲ ମୁଣ୍ଡାପଡା ଓ ଜୟଦେବ ଏକାଦଶ ମଧ୍ୟରେ ଏବଂ ଦ୍ୱିତୀୟ ସେମିଫାଇନାଲ ଡ୍ରିମ ଏକାଦଶ ବରଗଡ଼ ଓ ଖଲିଆପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଫାଇନାଲରେ ଜୟଦେବ ଏକାଦଶ ଡ୍ରିମ ଏକାଦଶକୁ ଟ୍ରାଇବ୍ରେକର ଜରିଆରେ ପରାସ୍ତ କରି ବିଜୟ ହାସଲ କରିଥିଲା। ଖେଳକୁ ଅଜୟ ପ୍ରଧାନ, ଦିପେଶ ପ୍ରଧାନ, ଅନିଲ ବାଗ ଓ ସଞ୍ଜୟ ଦାସ ପରିଚାଳନା କରିଥିଲେ। ଏହି ଅବସରରେ ପୂର୍ବତନ ଜିଲ୍ଲା ସ୍ତରୀୟ ଫୁଟବଲ ଖେଳାଳୀ ଚତୁର୍ଭୁଜ ସାହା (ଟିପୁ), ରାଘବ ପ୍ରଧାନ, ଦେବାର୍ଚ୍ଚନ ଷଣ୍ଢ ଏବଂ ବିଏନ ନ୍ୟୁଜ ରିପୋର୍ଟର ଅଭୟ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଟୁର୍ଣ୍ଣାମେଣ୍ଟକୁ ସଫଳ କରିବା ପାଇଁ ଆୟୋଜକ କମିଟିର ବିକାଶ ଭୋଇ, ଅମୀୟ, ଚୈତନ୍ୟ, ଜୟରାମ, ଆକାଶ, ରୋଶନ, ଭକ୍ତ, ସୁବ୍ରତ, ସଞ୍ଜୀବ, ସୂର୍ଯ୍ୟକାନ୍ତ, ରବି, ପ୍ରମୋଦ ସ୍ୱାଇଁ ଓ ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ। ଫୁଲାପାଲି ଗ୍ରାମର ହୃଷିକେଶ ଭୋଇ, ଯାଦବ ଭୋଇ, କୁବେର ସ୍ୱାଇଁ, ଖଗେଶ୍ୱର ସାହୁ, ଧ୍ରୁବରାଜ ସାହୁ ସହଯୋଗ ପ୍ରଦାନ କରିଥିବା ବେଳେ ସରୋଜ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେl

You may have missed