April 27, 2026

ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କେ ସୀତାପୁର ଗ୍ରାମରେ ବେଆଇନ ବାଣ ବିକ୍ରୀ ଅଭିଯୋଗରେ ୨ ଗିରଫ 

IMG-20241026-WA0019
Share

 

 

ପାରଳାଖେମୁଣ୍ଡି:୨୬/୧୦(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ସୀତାପୁର ଗ୍ରାମରେ ବିପୁଳ ପରିମାଣରେ ବେଆଇନ ବାଣ ବିକ୍ରୀ ହେଉଥିବା ନେଇ ଅଭିଯୋଗ ହେବା ପରେ କଡାକଡି ଯାଞ୍ଚ କରିଛି କାଶୀନଗର ପୁଲିସ। ଉକ୍ତ ଗ୍ରାମରେ କିଛି ବ୍ୟକ୍ତି ବେଆଇନ ବାଣ ଆଣି ଗ୍ରାମର କିଛି ଗୋଦାମରେ ରଖିଥିବା ନେଇ ସୂଚନା ରହିଥିବା ବେଳେ ମଙ୍ଗଳବାର କାଶୀନଗର ପୁଲିସ ଯାଞ୍ଚ କରି ବହୁ ମୂଲ୍ୟର ବାଣ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରି ଷ୍ଟେସନ ଜୀମାରେ ଛଡାଯାଇଥିବା ଥାନା ଅଧିକାରୀ ସୁନୀଲ ବେହେରା ସୂଚନା ଦେଇଛନ୍ତି। ପୁଣି ସ୍ଥାନୀୟ ଲୋକଙ୍କ ଅଭିଯୋଗ କରିଛନ୍ତି ଉକ୍ତ ଗ୍ରାମରେ ୧୦ରୁ ଉର୍ଦ୍ଧ ଲୋକେ ବେଆଇନ ବାଣ ଆଣି ବିଭିନ୍ନ ଗୋଦାମରେ ରଖିଥିବା ଜଣାଇଛନ୍ତି। ହେଲେ ଗ୍ରାମରେ ଉକ୍ତ ବାଣ ଦ୍ଵାରା କୌଣସି ଅଘଟଣ ଘଟିଲେ କିଏ ଦାୟୀ ହେବେ ବୋଲି ପ୍ରଶ୍ନ ଉଠିଛି। ବେଆଇନ ବାଣ ବିକ୍ରୀକାରିଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଦାବି ହୋଇଛି। ଅନ୍ୟ ଯାଗାରେ ମଧ୍ୟ ଚଢ଼ାଉ କରାଯାଉ ବୋଲି ସାଧାରଣରେ ଦାବୀ ହୋଇଛି.