ଆସନ୍ତା ୨୭ରୁ ଆରମ୍ଭ ହେବ ହରଗୈ।ରୀ ଯାତ୍ରା——-

IMG-20231026-WA0002
Share

ଆସନ୍ତା ୨୭ରୁ ଆରମ୍ଭ ହେବ ହରଗୈ।ରୀ ଯାତ୍ରା——-
ସୋନପୁର – ସୋନପୁର ର ପ୍ରସିଦ୍ଧ ହରଗୈ।ରୀ ଯାତ୍ରା ଚଳିତ ବର୍ଷ ଆସନ୍ତା ୨୭ ତାରିଖରୁ ୪ନଭେମ୍ବର ପର୍ଯ୍ୟନ୍ତ ସ୍ଥାନୀୟ ଢେରାପଡା ଠାରେ ଅତ୍ୟନ୍ତ ଆନନ୍ଦସ ଉଲ୍ଲାସର ସ଼ ପାଳନ ହେବାକୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି।‌ ଦୀର୍ଘ ନଅ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି ଯାତ୍ରା ରେ ଏ ବର୍ଷ ୨୫ଲକ୍ଷ ଟଙ୍କା ର ବ୍ୟୟବରାଦ ହୋଇଥିବା ବେଳେ ୩୦ତାରିଖରୁ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାହେବାପାଇଁ ସ୍ଥିର ହୋଇଛି। ୩୦ ତାରିଖ ରେ ପଶ୍ଚିମ ଓଡ଼ିଶା ଲୋକନୃତ୍ୟ ମହୋତ୍ସବ ରେ ବଲାଙ୍ଗୀର ର ପଞ୍ଚମ ଓ ସୋନପୁରର ପଏଁରୀ ଅନୁଷ୍ଠାନ ଯୋଗଦେବାକୁ ଥିବାବେଳେ ୩୧ ତାରିଖ ରେ ବିଶିଷ୍ଟ ପାରାୟଣ ଗାୟିକା ପ୍ରାପ୍ତି ଆଚାର୍ଯ୍ୟ ଙ୍କ ଦ୍ଵାରା ପାରାୟଣ ପରିବେଷଣ କରାହେବ।୧ ତାରିଖରେ ଭଜନ ସଂଧ୍ୟା’ଭକ୍ତି ଆରାଧନା’ ୨ ତାରିଖ ସମ୍ବଲପୁରୀ ଅର୍କେଷ୍ଟ୍ରା ହରିॐ ମେଲୋଡ଼ି ୩ ତାରିଖରେ ରାଞ୍ଚି ର ହିନ୍ଦୀ ମେଲୋଡ଼ି ନାଇଟ୍ସ ଇକୋଡିଲା ଇଭେଣ୍ଟସ୍ ଓ ୪ତାରିଖରେ ମାଁ ମାହେଶ୍ଵରୀ ସମ୍ବଲପୁରୀ ଅର୍କେଷ୍ଟ୍ରା ଓ ମଧ୍ୟରାତ୍ର ରୁ ନଗର ପରିକ୍ରମା ଅନୁଷ୍ଠିତ ହେବ।ଏହି ସାମ୍ବାଦିକ ସମ୍ମିଳନୀରେ ହରଗୈ।ରୀ ଯାତ୍ରା କମିଟି ସଭାପତି ଦିଲ୍ଲୀପ ପାତ୍ର,ସ‍ଂପାଦକ ଜନ୍ମେଜୟ ପାତ୍ର, ସତ୍ୟନାରାୟଣ ରାଓ, ଆନନ୍ଦ ପାତ୍ ଓ କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।