August 26, 2026
IMG-20230814-WA0015
Share

*╭─────────────────────╮*
*🌄ସକାଳର ଖବର, ୨୬-ଅକ୍ଟବର -୨୦୨୩, ଗୁରୁବାର*
*╰─────────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଧରାପୃଷ୍ଠରୁ ବିଦାୟ ନେଲେ ମା’ ଦୁର୍ଗା, ପୁଣି ଆର ବର୍ଷକୁ ଅପେକ୍ଷା l ରାବଣ ପୋଡ଼ି, ମେଲଣ ଉତ୍ସବର ମଜାନେଲେ ଶ୍ରଦ୍ଧାଳୁ l

➡️୨-ଶ୍ରୀମନ୍ଦିରରେ ଆରମ୍ଭ ହେଲା କାର୍ତ୍ତିକ ମାସ ବାଳଧୂପ ନୀତି l ମହାପ୍ରଭୁଙ୍କ ରାଧାଦାମୋଦର(ରାଈଦାମୋଦର) ବେଶ ଦର୍ଶନ ପାଇଁ ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ହେଲା ଲୋକାରଣ୍ୟ l

➡️୩-ସରିଲା ଭୁବନେଶ୍ୱର ଦୁର୍ଗାପୂଜା ଭସାଣି, ମୋଟ ୨୬ଟି ମେଢ଼ ଭସାଣି ଉତ୍ସବରେ ହେଲା ପ୍ରଦର୍ଶିତ l ଏ ନେଇ ଭୁବନେଶ୍ୱର ଭସାଣି ଉତ୍ସବ ସମିତିର ସଭାବତି ସଚିନନ୍ଦନ ନାୟକ ଦେଲେ ସୂଚନା l

➡️୪-ଓଡ଼ିଶାରେ ଚେସ୍‌ର ବିକାଶ ନେଇ ଫିଡେ ମ୍ୟାନେଜମେଣ୍ଟ ବୋର୍ଡର ଉପାଧ୍ୟକ୍ଷଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୫-ସମ୍ବଲପୁର ଜିଲାର ଲଇଡାରେ ଥିବା ମା’ ସମଲେଶ୍ୱରୀଙ୍କ ଅନ୍ୟତମ ପ୍ରାଚୀନ ଶକ୍ତିପୀଠରେ ପ୍ରସିଦ୍ଧ ବଏଲ୍ ଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ।

➡️୬-ସମୟ ଥିଲା ଠିକ୍ ୧୨ଟା। ମୋବାଇଲ୍ ହଠାତ୍ ଥରିଉଠିଥିଲା। ବାଜିଲା ସାଇରନ୍। ତତ୍କାଳ ମୋବାଇଲ୍ ସ୍କ୍ରିନ୍‌ରେ କିଛି ସତର୍କ ସୂଚନା ଥିବା ବାର୍ତ୍ତା ମଧ୍ୟ ଆସିଲା। ଆଗକୁ ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସଂପର୍କରେ ଆଗୁଆ ସତର୍କ ସୂଚନା ମୋବାଇଲ୍ ଯୋଗେ ଯୋଗାଇ ଦେବାକୁ ହେଲା ପରୀକ୍ଷଣ l

➡️୭-ପାଣି ଭିତରେ ବିରଳ ଭସାଣି ପର୍ବ l ରାଜନଗର ହଂସୁଆରେ ଚାପ ଖେଳି ବିଦାୟ ନେଲେ ମା l ଦୀର୍ଘ ୧ କିଲୋମିଟର ବ୍ୟାପି ନଈ ମଧ୍ୟରେ ୭ଘେରା ଚାପ ଖେଳିବା ପରେ ମା’ଙ୍କୁ ଦିଆଗଆ ମେଲାଣି l

➡️୮-ଚଳିତ ରବିଋତୁପାଇଁ ଫସ୍‌‌ଫେଟ୍‌‌ ଓ ପଟାସ୍‌‌ ସାର ଉପରେ ରିହାତି ଦେବାନେଇ କେନ୍ଦ୍ର କ୍ୟାବିନେଟ୍‌‌ ଦେଲେ ମଞ୍ଜୁରି l

➡️୯-ଜାପାନ-ଭାରତ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳା ଅଂଶୀଦାରୀ ସହଯୋଗ ବୁଝାମଣାପତ୍ରକୁ କେନ୍ଦ୍ର କ୍ୟାବିନେଟ ଦେଲେ ଅନୁମୋଦନ l

➡️୧୦-ଧମାଲ୍‌ କରୁଛି ବିଜୟଙ୍କ ଫିଲ୍ମ ‘ଲିଓ’, କେବଳ ୬ ଦିନରେ ଓ୍ବାର୍ଲ୍ଡ ଓ୍ବାଇଡ ୫୦୦ କୋଟି ଟପିଲାଣି ଆୟ l

➡️୧୧-ଦୁଇ ଭାରତୀୟ-ଆମେରିକୀୟ ବୈଜ୍ଞାନିକଙ୍କୁ ମିଳିଲା ଆମେରିକାର ସର୍ବୋଚ୍ଚ ବୈଜ୍ଞାନିକ ପୁରସ୍କାର l ହ୍ବାଇଟ୍‌ ହାଉସ୍‌ରେ ଡ. ଅଶୋକ ଗାଡ଼ଗିଲ ଏବଂ ଏସ୍‌. ସୁରେଶଙ୍କୁ ରାଷ୍ଟ୍ରୀୟ ବିଜ୍ଞାନ ପଦକରେ ସମ୍ମାନିତ କଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ l

➡️୧୨-ହରିୟାଣାରେ ପିଏମ-ଶ୍ରୀ ସ୍କୁଲର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଥମ ପର୍ଯ୍ୟାୟରେ ୧୨୪ଟି ପିଏମ ଶ୍ରୀ ସ୍କୁଲ ହେଲା ଉତ୍ସର୍ଗୀକୃତ l

➡️୧୩-‘ପ୍ରଶ୍ନ ପାଇଁ ଲାଞ୍ଚ’ ମାମଲାକୁ ନେଇ ଏବେ ରାଜନୀତି ସରଗରମ ରହିଥିବା ବେଳେ ଲୋକସଭାର ଏଥିକ୍ସ (ନୈତିକତା) କମିଟି ଏ ବାବଦ ଅଭିଯୋଗ ଉପରେ ବିଚାର କରିବା ପାଇଁ ଆଜିଅନୁଷ୍ଠିତ ହେବ ବୈଠକ ।

➡️୧୪-ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଇଣ୍ଟରଭ୍ୟୁ ନେଲେ ରାହୁଲ ଗାନ୍ଧି l ପୁଲୱାମା, ଆଦାନି, ମଣିପୁର ପ୍ରସଙ୍ଗରେ କଲେ ଆଲୋଚନା l

➡️୧୫-ଉତ୍ତରପ୍ରଦେଶର ଆଗ୍ରା ଷ୍ଟେସନ ନିକଟରେ ପାତାଲକୋଟ୍‌ ଏକ୍ସପ୍ରେସ୍‌ ଟ୍ରେନ୍‌ର ଏକ ବଗିରେ ଲାଗିଲା ନିଆଁ l ତୁରନ୍ତ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ସଫଳ ହୋଇଥିବାରୁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି।

➡️୧୬-ଇରାନରେ ୧୨ ଜଣ ଅଭିନେତ୍ରୀଙ୍କୁ ଫିଲ୍ମ ଏବଂ ଟିଭି ସିରିଏଲରେ କାମ କରିବା ଉପରେ ଲଗାଇଲା ବ୍ୟାନ୍‌ l

➡️୧୭-ଆଜିଠାରୁ କାନାଡାରେ ଭିସା ସେବା ଆଂଶିକ ଆରମ୍ଭ କରିବ ଭାରତ l ଏ ନେଇ ସେଠାରେ ଥିବା ଭାରତୀୟ ହାଇକମିଶନ ଓଟାୱାରେ କଲେ ଘୋଷଣା l

➡️୧୮-ଦିନକରେ ଗାଜା ଉପରେ ଇସ୍ରାଏଲର ୪୦୦ ଥର ବିମାନ ଆକ୍ରମଣ l ଜାତିସଂଘ ଅଧିକାରୀଙ୍କ ଭିସା ବନ୍ଦ କରିବ ଇସ୍ରାଏଲ l

➡️୧୯-ଦିନିକିଆ ବିଶ୍ୱକପ୍ : AUS vs NED, ୪୮ ବର୍ଷର ଇତିହାସରେ ଅଷ୍ଟ୍ରେଲିଆର ସବୁଠାରୁ ବଡ ବିଜୟ, ୯୦ ରନରେ ନେଦରଲାଣ୍ଡକୁ କଲା ଅଲ୍ ଆଉଟ l

➡️୨୦-ପାରା ଏସୀୟ କ୍ରୀଡାରେ ବ୍ରୋଞ୍ଜ୍ ଜିତିଥିବା ପ୍ରମୋଦ ଭଗତଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ l