April 30, 2026

କୁଜଙ୍ଗକୁ ଏନ୍ଏସି କରିବା ପାଇଁ ତହସିଲଦାରଙ୍କ ଜରୀଆରେ ମୂଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ

IMG-20250826-WA0030
Share

 

କୁଜଙ୍ଗକୁ ଏନ୍ଏସିରେ ପରିଣତ କରିବା ପାଇଁ ଆଜି କୁଜଙ୍ଗ ତହସିଲଦାରଙ୍କ ଜରୀଆରେ ମୁଖ୍ୟମନ୍ତ୍ରୀଙ୍କ ଉଦଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ତେବେ କୁଜଙ୍ଗ ସ୍ଥିତ ଜୟଗୁରୁ ମନ୍ଦିର ନିକଟରୁ ଏକ ବିଶାଳ ରାଲି ସାହାଯ୍ୟରେ ଦଳମତ ନିର୍ବିଶେଷରେ କୁଜଙ୍ଗ ଅଞ୍ଚଳର ଶତାଧିକ ସଂଖ୍ୟାର ମହିଳା ଓ ପୁରୁଷ ମାନଙ୍କ ସହ ସଚେତନ ନାଗରିକ ଓ ଅନେକ ବୁଦ୍ଧିଜୀବୀ ମାନେ ସାମିଲ୍ ହୋଇଥିଲେ।ମାତ୍ର ପୂର୍ବ ସରକାର ସମୟରେ କୁଜଙ୍ଗକୁ ଏନ୍ଏସି ଘୋଷଣା କରାଯାଇଥିବା ବେଳେ ବର୍ତ୍ତମାନ ସରକାରରେ ତାହା ପରିଣତ କରାଯାଇନାହିଁ।ଯାହାକୁ ନେଇ କୁଜଙ୍ଗ ବାସୀ ଦଳମତ ନିର୍ବିଶେଷରେ ଆଜି ଶତାଧିକ ସଂଖ୍ୟାର ପୁରୁଷ ଓ ମହିଳା ମାନେ ସ୍ଥାନୀୟ ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ବିଭିନ୍ନ ନାରାବାଜି ଦେବା ସହ କୁଜଙ୍ଗକୁ ଏନ୍ଏସିରେ ପରିଣତ କରିବା ପାଇଁ ତହସିଲଦାରଙ୍କ ଜରୀଆରେ ମୁଖ୍ୟ ମନ୍ତ୍ରୀଙ୍କ ଉଦେଶ୍ୱରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି।ଏଥିସହିତ ଯଦି ଆଗାମୀ ୧୦ଦିନ ମଧ୍ୟରେ କୁଜଙ୍ଗକୁ ଏନ୍ଏସିରେ ପରିଣତ କରାନଯାଏ ତାହାଲେ ଆଗାମୀ ଦିନରେ ରାଜ ରାସ୍ତାକୁ ଅବରୋଧ କରିବା ସହ ଆନ୍ଦୋଳନ ଜାରୀ ରହିବ ବୋଲି କୁଜଙ୍ଗ ବାସୀଙ୍କ ପକ୍ଷରୁ କୁହାଯାଇଛି।

 

ତେବେ ବଦଳିଛି ସରକାର ବଦଳିଛି ଓଡ଼ିଶା ହେଲେ ବଦଳି ନାହିଁ କୁଜଙ୍ଗର ସ୍ଥିତି।କୁଜଙ୍ଗକୁ ରାଜ୍ୟ ସରକାର କେବେ ଘୋଷଣା କରିବେ ଏନ୍ଏସି ତାହା ଉପରେ ରହିଛି ସମସ୍ତଙ୍କ ନଜର।। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )

You may have missed