June 24, 2026

ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ..

IMG-20240826-WA0023
Share

 

ପଦ୍ମପୁର : ୨୬/୦୮(ଜୟନ୍ତ କୁମାର ସେଠ)ପଦ୍ମପୁର ସ୍ଥାନୀୟ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଶିଶୁ ବାଟିକା ବିଭାଗର ଶିଶୁ ଭାଇ ଭଉଣୀ ମାନେ ରାଧା,କୃଷ୍ଣ ବେଶରେ ସଜ୍ଜିତ ହୋଇ ଆସିଥିଲେ । ପ୍ରଥମେ ରାଧାକୃଷ୍ଣ ଙ୍କ ପୂଜା କରାଯାଇଥିଲା ମୁଦିରଥ ପଣ୍ଡା ପୂଜକ ଦାୟିତ୍ୱ ତୁଲାଇଥିଲେ ।ଶିକ୍ଷା ବିକାଶ ସମିତି ବିଦ୍ୱତ ପରିଷଦ ସଭାପତି ଡ଼ଃ ବାଞ୍ଛାନିଧି ପଣ୍ଡା ,ସଭାପତି ଶ୍ରୀଯୁକ୍ତ ପୃଥିରାଜ ସାହୁ, ସମ୍ପାଦକ ଶ୍ରୀଯୁକ୍ତ ଜନକଲାଲ ମେହେର ,ବିଦ୍ୱତ ପରିଷଦ ସଦସ୍ୟ କୃଷ୍ଣ ଚନ୍ଦ୍ର ପଣ୍ଡା, ପ୍ରମୁଖ ପୂଜାରେ କର୍ତ୍ତା ହୋଇଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଶ୍ରୀକୃଷ୍ଣ ଙ୍କ ପୂଜା ପରେ ବେଶଧାରୀ ଶିଶୁ ମାନଙ୍କ ପୂଜନ କରାଯାଇଥିଲା ଶ୍ରୀକୃଷ୍ଣ ଙ୍କ ଭଜନ ଓ ଧୂନ ର ତାଳେ ତାଳେ ଦୋଳି ଝୁଳଣ କରି ଭଗବାନ ଶ୍ରୀକୃଷ୍ଣ ଙ୍କ ଫଟୋ ବଣ୍ଟାଯାଇ ଥିଲା । ଏଥିରେ ମାତୃଭାରତୀ ର ସଦସ୍ୟ ମାନେ ସହଯୋଗ କରିଥିବା ବେଳେ ୧୬୦ ଜଣ ବେଶଧାରୀ ଶିଶୁ ମାନେ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇ ଓ ଶତାଧିକ ଅଭିଭାବକ ଅଭିଭାବିକା ଯୋଗଦାନ କରିଥିଲେ।କଲ୍ୟାଣୀ ମିଶ୍ର ଉକ୍ତ କାର୍ଯ୍ୟ କ୍ରମରେ ସଂଯୋଜନା କରିଥିଲେ ।ସମସ୍ତ ଗୁରୁଜୀ ଗୁରୁମା ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା ।