April 30, 2026

ଓଭର ହେଡ ଟ୍ୟାଙ୍କରୁ ଦୁର୍ଗନ୍ଧ ପାଣି ଆସୁଥିବା ଅଭିଯୋଗ 

IMG-20240826-WA0003
Share

 

 

କାଶୀନଗର

ତା 25/8/24

 

କାଶୀନଗର ବ୍ଲକ ଅନ୍ତର୍ଗତ କେ ସୀତାପୁର ଗ୍ରାମରେ ବିଶୁଦ୍ଧ ଜଳଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍ ମାରିଛି। ଜଳ ଅଭାଵରୁ ବିକଳ୍ପ ନ ପାଇ ଦୁଷିତ ନାଳରୁ ଛୁଆଁ ଖୋଳି ପାଣି ନେଉଛନ୍ତି ଗ୍ରାମବାସୀ। ତାହା ପୁଣି ଜନବସତି ଠାରୁ ଏକ କିଲୋମିଟର ଦୂରରୁ। ଏଭଳି ଅଭାବନୀୟ ଦୃଶ୍ୟ କୈାଣସି ଦୁର୍ଗମ ଅଞ୍ଚଳରେ ନୁହେଁ, ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରୁ ମାତ୍ର ୧୦ କିମି ମୂଖ୍ୟ ଜାତୀୟ ରାଜପଥ ପାର୍ଶ୍ଵରେ.ବିଶୁଦ୍ଧ ଜଳଯୋଗାଣ ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଅର୍ଥ ବ୍ୟୟ ହେଉଛି। ଘରେ ଘରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଗୁରୁତ୍ବ ମଧ୍ୟ ଦିଆଯାଉଛି। ଏଥିପାଇଁ ନିର୍ମାଣ ହେଉଛି ଓଭର ହେଡ ଟ୍ୟାଙ୍କ, ଗଭୀର ନଳକୂପ ଆଦି ପ୍ରକଳ୍ପ। ତେବେ ବିଭାଗୀୟ କର୍ମଚାରୀଙ୍କ ଅବହେଳା ଯୋଗୁଁ ଅନେକ ସ୍ଥାନରେ ଏହାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ। 5 ହଜାରରୁ ଉର୍ଦ୍ଧ୍ଵ ଲୋକ ବସବାସ କରୁଥିବା କେ ସିତାପୁର ଗ୍ରାମ ଠାରେ ବସୁଧା ଯୋଜନା ରେ ନିର୍ମାଣ ହୋଇଥିବା ଓଭରହେଡ ଟାଙ୍କିର ଘୋଡଣି ନଥିବା କାରଣ ରୁ ସେଥିରେ ପକ୍ଷୀ ପଡ଼ି ମୃତ୍ୟୁବରଣ ହୋଇ ପଡ଼ୁଛନ୍ତି, ଓ ବର୍ଷା ପବନରେ ଅନେକ ଅଳିଆ ଆବର୍ଜନା ପଡ଼ି ତାହା ସମ୍ପୃର୍ଣ୍ଣ ଦୂଷିତ ହୋଇ ରହିଛି ଯାହା ବ୍ୟବହାର କରିବା ପାଇଁ ଯୋଗ୍ୟ ନୁହେଁ। କିଛି ଦିନ ହେଲା ପାଣି ଦୁର୍ଗନ୍ଧ , ପୁଣି ପାଣି ରେ ପକ୍ଷୀର ପୋର ମଧ୍ୟ ଆସୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବାଧ୍ୟ ହୋଇ ଗୋରୁ ମଇଁଷି ଆଦି ବୁଡି ରହୁଥିବା ନାଳରୁ ଚୁଆଁ ଖୋଳି ପାଣି ଆଣୁଥିବା କହନ୍ତି ଗ୍ରାମବାସୀ। ଏପରିକି ସୁଦୂର ଚାଷ ଜମି ମଧ୍ୟରେ ଥିବା ଏକ ନଳକୂଅ ରୁ ମଧ୍ୟ ପାଣି ବୋହି ଆଣିଥାନ୍ତି। ବହୁଦିନ ଧରି ଏହିଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ। ବାରମ୍ବାର ଅଭିଯୋଗ କରୁଥିଲେ ସୁଦ୍ଧା ବ୍ଲକ ର ପାନୀୟଜଳ ବିଭାଗର ଅଧିକାରି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ଏହି ଦୁଷିତ ପାଣି ପିଇ ବିଭିନ୍ନ ରୋଗର ଶିକାର ହେଇଛନ୍ତି କିଛି ଲୋକେ ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ଗ୍ରାମ ବାସି। ଟ୍ୟାଙ୍କ ଓ ଏହାର ପରିସର ସଫା କରାଯାଇ ନ ଥିବାରୁ ଅତ୍ୟନ୍ତ ପ୍ରଦୁଷିତ ହୋଇ ପଡ଼ିଛି। ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ଏହି ପ୍ରକଳ୍ପ ଲୋକଙ୍କ କାମରେ ନ ଆସି ନଷ୍ଟ ହେବାରେ ଲାଗିଛି। ପୁରଣ ହୋଇପାରୁନି ଏହାର ଲକ୍ଷ୍ୟ। ସମୁହ ଜନସ୍ବାସ୍ଥ୍ୟ ଦୃଷ୍ଟିରୁ ଏହାର ପୁନରୁଦ୍ଧାର ଜରୁରୀ ହୋଇପଡିଛି।

 

ଗଜପତି ଜିଲ୍ଲା କାଶୀନଗରରୁ ରାଧାନାଥ ଚୌଧୁରୀଙ୍କ ରିପୋର୍ଟ

You may have missed