April 30, 2026

ଅଖିଳ ଭାରତୀୟ ବିଶ୍ୱକର୍ମା ମହାସଭା ପଶ୍ଚିମବଙ୍ଗ ଓ ବିଶ୍ୱକର୍ମା ମହାସଭା ସଂଗଠନ ଓଡିଶା ଶାଖାର ମିଳିତ ଆନୁକୂଲ୍ୟ ରେ କଲିକତା ଡାକ୍ତରୀ ଛାତ୍ରୀଙ୍କ ନ୍ୟାୟ ଦାବିରେ ପଦଯାତ୍ରା l ଆଜି ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଦହିଖିଆ ଠାରୁ ସାତପଡ଼ା ପର୍ଯ୍ୟନ୍ତ

IMG-20240826-WA0004
Share

ଆଜି ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଦହିଖିଆ ଠାରୁ ସାତପଡ଼ା ପର୍ଯ୍ୟନ୍ତ କଲିକତା  ଡାକ୍ତରୀ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଅଖିଳ ଭାରତୀୟ ବିଶ୍ୱକର୍ମା ମହାସଭା ପଶ୍ଚିମ ବଙ୍ଗ ଓ ବିଶ୍ୱକର୍ମା ମହାସଭା ସଂଗଠନ ଓଡିଶା ଶାଖା ମିଳିତ ଆନୁକୂଲ୍ୟ ରେ ବିରାଟ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ କୁ ପୁରୀଜିଲ୍ଲାର ସଭାପତି ବସନ୍ତ ମହାରଣା ଓ କୃଷ୍ଣପ୍ରସାଦ ବ୍ଲକ ସଭାପତି ନୀଳକଣ୍ଠ ମହାରଣାଙ୍କ ତତ୍ୱାବଧାନ ରେ ରାଷ୍ଟ୍ରୀୟ ଅଧକ୍ଷ ଅଶ୍ୱିନୀ ଶର୍ମା, ରାଜ୍ୟ ସଭାପତି ଗୌତମ ଡ଼କ୍ଟର ଗୌତମ ମହାରଣା, ରାଜ୍ୟ ସମ୍ପାଦକ ଡ଼କ୍ଟର ହାଡିବନ୍ଧୁ ମହାରଣା, ବିହାର ରାଜ୍ୟ ସଭାପତି ଆଡଭୋକେଟ ଶିବ ସାଗର ଶର୍ମା, ପଶ୍ଚିମ ବଙ୍ଗ ରାଜ୍ୟ ସଭାପତି ଦିଲୀପ କୁମାର ଶର୍ମା, ରାଞ୍ଚି ମହିଳା ଅଧକ୍ଷ ସଂଗୀତା ସୋନି, ରାଷ୍ଟ୍ରୀୟ ଆଡ଼ଭାଇଜର ବୋର୍ଡ ଚେୟାରମ୍ୟାନ ଚିନ୍ମୟା ଆଚାର୍ଯ୍ୟଙ୍କ ସହିତ ରାଜ୍ୟର ବରିଷ୍ଠ କର୍ମୀ ଏବଂ ଶତାଧିକ ସଦସ୍ୟ କଲିକତା ଡାକ୍ତରୀ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଦହିଖିଆ ଠାରୁ ସାତପଡ଼ା ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ରେ ଯାଇଥିଲେ l ସାତପଡ଼ା ଠାରେ ଡାକ୍ତରୀ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ବିଭିନ୍ନ ନାରା ଦେବା ସହିତ ଛାତ୍ରୀନୁ ଉଚିତ ନ୍ୟାୟ ନମିଳିଲେ ଆଗକୁ ସଂଗଠନ ପକ୍ଷରୁ ଦିଲ୍ଲୀ ଠାରେ ରାଜରାସ୍ତା ଅବରୋଧ କରାଯିବ ବୋଲି ନାରା ଦେଇଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed