August 24, 2026

ହାଟଡ଼ିହୀରେ ବ୍ଳକ ଲେବୁଲ ଲାଇବ୍ରେରୀ ଭବନର ଭିଭିପ୍ରସ୍ତର ସ୍ଥାପନ

IMG-20230826-WA0016
Share

ହାଟଡ଼ିହୀରେ ବ୍ଳକ ଲେବୁଲ ଲାଇବ୍ରେରୀ ଭବନର ଭିଭିପ୍ରସ୍ତର ସ୍ଥାପନ

ହାଟଡିହି, ୨୬/୦୮: ଆନନ୍ଦପୁର ଉପଖଣ୍ଡ ହାଟଡ଼ିହୀ ବ୍ଲକର ମଠଡ଼ାହି ଠାରେ ୨୫ତାରିଖ ଶୁକ୍ରବାର ଦିନ ବିଧାୟକଙ୍କ ଦ୍ଵାରା ବ୍ଲକ ଲେବୁଲ ଲାଇବ୍ରେରୀର ଭିଭିପ୍ରସ୍ତର ସ୍ଥାପନ କରାଯାଇଥିବା ଦେଖାଯାଇଛି । ସୂଚନାଯୋଗ୍ୟ ଡ଼ିଏସ୍ଏଫ ଫଣ୍ଡରୁ ୩କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ଏକ ବ୍ଲକ ସ୍ତରୀୟ ଲାଇବ୍ରେରୀ ନିର୍ମାଣ କରାଯିବାକୁ ଥିବାବେଳେ ଶୁକ୍ରବାର ଦିନ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଭାଗିରଥ ସେଠୀ ଅତିଥ ଭାବେ ଯୋଗଦେଇ ଲାଇବ୍ରେରୀ ଭବନର ଭିଭି ପ୍ରସ୍ତର ସ୍ଥାପନ କରିଥିଲେ । ଆନନ୍ଦପୁର ଉପ-ଜିଲ୍ଲାପାଳ ଅନିଲ କୁମାର ସେଠୀ, ପୂର୍ଭ ବିଭାଗର ଏସଡ଼ିଓ କେଳୁ ଚରଣ ଦଳେଇ, ବିଜେଡ଼ି ନେତା ରାକେଶ କୁମାର ରାମଙ୍କ ସହ ବହୁ ମନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ । ଲାଇବ୍ରେରୀ ଦ୍ଵାରା ବ୍ଲକର ବହୁ ଛାତ୍ରଛାତ୍ରୀ ବିଭିନ୍ନ ପ୍ରକାରର ପୁସ୍ତକ ପଢ଼ିବାର ସୁଯୋଗ ପାଇପାରିବେ ବୋଲି ଜଣାଯାଇଛି।

ସୋମେଶ ପରିଡ଼ା ଙ୍କ ରିପୋର୍ଟ ହାଟଡିହି ରୁ