July 26, 2026

ବୁଗୁଡ଼ାରେ ୨୭ତମ କାରଗିଲ ବିଜୟ ଦିବସ ପାଳିତ 

IMG-20260726-WA0032
Share

ବୁଗୁଡ଼ା : ତା ୨୬/୦୭/୨୬ : ସ୍ଥାନୀୟ ଅବସରପ୍ରାପ୍ତ ସେନା କର୍ମଚାରୀ ସଂଘ ପକ୍ଷରୁ ୨୭ତମ କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି।ବୁଗୁଡା ସହର ଉପକଣ୍ଠସ୍ଥ କାରଗିଲ ଶହୀଦ ସ୍ମୃତିପୀଠରେ ସଂଘ ସଭାପତି ସୂର୍ଯ୍ୟ ନାରାୟଣ ଦାସଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଦେଇଥିବା ବେଳେ ଏ ଅବସରରେ ଗତ ୧୯୯୯ ମସିହା କାରଗିଲ ଯୁଦ୍ଧରେ ଦେଶ ମାତୃକାର ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଶହୀଦ ବୀର ଯବାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ତାଙ୍କର ସ୍ମୃତିଚାରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂଘ ସମ୍ପାଦକ ବିପ୍ର ଚରଣ ପାଣିଗ୍ରାହୀ, ପ୍ରମୋଦ ପଟ୍ଟନାୟକ, ଚରଣ ପ୍ରଧାନ, ବିଜୟ କୁମାର ମହାନ୍ତିଙ୍କ ସମେତ ଅନ୍ଯ ସଦସ୍ୟଗଣ ଉପସ୍ଥିତ ରହିଥିଲେ ।

You may have missed