April 27, 2025

ଆତଙ୍କବାଦୀ ଆକ୍ରମଣ ରେ ପ୍ରାଣ ହରାଇଥିବା ପର୍ଯ୍ୟଟକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ନିମନ୍ତେ ନିଖିଳ ଓଡିଶା ସ୍ବେଛାସେବୀ ମହାସଂଘ ପକ୍ଷରୁ ସିଂହଦ୍ୱାର ସମ୍ମୁଖରେ ଦୀପଦାନ l 

Share

ଆତଙ୍କବାଦୀ ଆକ୍ରମଣ ରେ ପ୍ରାଣ ହରାଇଥିବା ପର୍ଯ୍ୟଟକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ନିମନ୍ତେ ନିଖିଳ ଓଡିଶା ସ୍ବେଛାସେବୀ ମହାସଂଘ ପକ୍ଷରୁ ସିଂହଦ୍ୱାର ସମ୍ମୁଖରେ ଦୀପଦାନ l

ଗତକାଲି ସନ୍ଧ୍ୟାରେ ନିଖିଳ ଓଡିଶା

ସ୍ବେଛାସେବୀ ମହାସଂଘ, ଭୁବନେଶ୍ୱର ଓ ମହାବିନାୟକ ସେବା ଟେମ୍ପୁଲ ଟ୍ରଷ୍ଟ ମିଳିତ ସହଯୋଗ ରେ କାଶ୍ମୀର ଆତଙ୍କବାଦୀ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ପର୍ଯ୍ୟଟକମାନଙ୍କ ଆତ୍ମାର ସଦଗତି କାମନା କରିବା ସହିତ ଦେଶରୁ ଆତଙ୍କବାଦ ର ନିପାତ ପାଇଁ ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦୀପଦାନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ନିଖିଳ ଓଡିଶା ସ୍ବେଛାସେବୀ ସଂଘର ସଭାନେତ୍ରୀ ସୁଜାତା ପଶାୟତ, ଏସ କେ ପଶାୟତ, ପ୍ରିୟମ୍ବଦା ମ୍ୟାଡ଼ାମ, ମହାବିନାୟକ ସେବା ଟେମ୍ପୁଲ ଟ୍ରଷ୍ଟର ଅଧକ୍ଷା ତଥା ନିଖିଳ ଓଡିଶା ସ୍ବେଛାସେବୀ ମହାସଂଘ ର ଜିଲ୍ଲା ସଭାନେତ୍ରୀ ସବିତା ମିଶ୍ର, ସମ୍ପାଦକ କୁନାମିଶ୍ର, ମୁଖପାତ୍ର ଗୀତାଞ୍ଜଳି ପଣ୍ଡା, ନିରଞ୍ଜନ ମିଶ୍ର, ଝାନ୍ସୀରାଣୀ ମିଶ୍ର, ସଞ୍ଜୟ ମିଶ୍ର, ଦିବ୍ୟସିଂହ ପ୍ରଧାନ ଓ ସାମ୍ବାଦିକ ରମେଶ ସାହୁଙ୍କ ସହିତ ଅନୁଷ୍ଠାନ ର ସମସ୍ତ ସଦସ୍ୟ ସଦସ୍ୟା ମିଶି ଏହି ଦୀପଦାନ କରିବା ସହିତ ଆତଙ୍କବାଦ ର ବିନାଶ ହେଉ ନାରାଦେଇଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed