May 10, 2026

୬ଲକ୍ଷ, ୮୦ହଜାର ଟଙ୍କାର ହେରୋଇନ୍ ଜବତ : ତାଳଚେ

IMG-20250426-WA0009
Share

 

 

 

ତାଳଚେର, ୨୬/୦୪ ତାଳଚେର ଟାଉନ ଥାନା ଠାରୁ ମାତ୍ର ୨କିମି ଦୂର ଗତକାଲି କୌଣସି ସୂତ୍ରରୁ ଖବର ପାଇ ତାଳଚେର ଅବକାରୀ ନିରୀକ୍ଷକ ଉମାକାନ୍ତ ସ୍ୱାଇଁଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ ତାଳଚେର ଅଙ୍ଗାରୁଆ ଶନିବାର ସାପ୍ତାହିକ ହାଟ ପଡ଼ିଆ ମଧ୍ୟରୁ ୬୮ଗ୍ରାମର ହେରୋଇନ୍‌, ୭୫ହଜାର ଟଙ୍କାର ଏକ ଭିଭୋ ସ୍ମାର୍ଟଫୋନ୍‌, ବ୍ୟବହୃତ ହିରୋ ଏଚ୍‌ଏଫ୍ ଡ଼ିଲକ୍ସ ମୋଟର ସାଇକେଲ୍ ନଂ – ଓଡ଼ି ୧୯ ଡ଼ବ୍ଲୁ- ୨୮୭୫କୁ ଜବତ କରାଯାଇଥିବା ଅବକାରୀ ବିଭାଗ ସୂତ୍ରରୁ ଜଣାପଡ଼ିଛି । ସୂଚନାମୂତାବକ କୋଲିୟରୀ ଥାନା ଅନ୍ତର୍ଗତ ବଗାଧର କଲୋନୀର ନନ୍ଦ ଗାଇପାଇ (୨୬)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅବକାରୀ ସୂତ୍ରରୁ ଜଣାପଡ଼ିଛି । ଏହି ଚଢ଼ାଉରେ ତାଳଚେର ଅବକାରୀ ଥାନା ଅଧିକାରୀ ହଟିଆ ବେହେରା, ଏସଆଇ ମାନସରଞ୍ଜନ ପ୍ରଧାନ, ସରୋଜ ସାହୁ, ପପୁନ୍ କୁମାର ପ୍ରଧାନ, ଗୌରୀ ଓରାମ୍ ସାମିଲଥିଲେ । ଜବତ ହୋଇଥିବା ହେରୋଇନ୍‌ର ଆନୁମାନିକ ମୂଲ୍ୟ ପ୍ରାୟ ୬ଲକ୍ଷ ୮୦ହଜାର ଟଙ୍କା ହେବ । ତେବେ କଳାହୀରା ସହର ତାଳଚେର ନଗରୀରେ ଏମିତି କେତେ ଲୁଚିଛପି ମାରାତ୍ମକ ନିଶା କାରବାର ଚଳାଇ ନିଜର କଳାସାମରାଜ୍ୟ ବିସ୍ତାର କରି ଚାଲିଛନ୍ତି ଯଦି ସେମାନଙ୍କ ଉପରେ ତୀକ୍ଷ୍ମଣ ନଜର ରଖି ସେମାନଙ୍କୁ କାବୁ କରାଯାଆନ୍ତା ତେବେ କିଛିକାଂଶରେ ତାଳଚେର ଅଂଚଳରେ ଘଟୁଥିବା ଅପରାଧିକ କାର୍ଯ୍ୟକଳାପ ବହୁମାତ୍ରାରେ କମି ଯାଆନ୍ତା ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।

 

ଅନୁଗୋଳ ରୁ ଅଜିତ୍ କୁମାର ଭୋଇ