May 10, 2026

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଅହମଦୀୟା ମୁସଲିମ ସମ୍ପ୍ରଦାୟର ଦୃଢ଼ ନିନ୍ଦା

IMG-20250426-WA0050
Share

 

ଖୋର୍ଦ୍ଧା :(ପ୍ରିୟଙ୍କା ମହାପାତ୍ର)ଜମ୍ମୁ ଓ କାଶ୍ମୀର ପହଲଗାମରେ ଆତଙ୍କବାଦୀ ଆକ୍ରମଣକୁ କେରଙ୍ଗର ଅହମଦୀୟା ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି । ଯେଉଁଥିରେ ୨୭ ଜଣ ମୂଲ୍ୟବାନ ମାନବ ଜୀବନ ପ୍ରାଣ ହରାଇଛନ୍ତି ଏବଂ ଅନେକ ନିର୍ଦ୍ଦୋଷ ବ୍ୟକ୍ତି ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

ଏହି ଆକ୍ରମଣ କେବଳ ମାନବାଧିକାରର ଖୋଲା ଉଲ୍ଲଙ୍ଘନ ନୁହେଁ ବରଂ ଧର୍ମ, ନୈତିକତା ଏବଂ ମାନବିକତା ମୂଲ୍ୟବୋଧର ବିରୁଦ୍ଧ ଅଟେ । ଅହମଦୀୟା ମୁସଲିମ ସମ୍ପ୍ରଦାୟ ଏହି ଦୁଃଖଦ ଘଟଣା ଉପରେ ଗଭୀର ଦୁଃଖ ଏବଂ ଶୋକ ପ୍ରକାଶ କରୁଛି ଏବଂ ପୀଡିତ ପରିବାର ପ୍ରତି ସମବେଦନା ଜଣାଇବା ସହିତ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ପ୍ରକାଶ ଥାଉକି ଅହମଦୀୟା ମୁସଲିମ ସମ୍ପ୍ରଦାୟ ସମସ୍ତ ପ୍ରକାରର ଆତଙ୍କବାଦ ଏବଂ ଉଗ୍ରବାଦ ବିରୁଦ୍ଧରେ ଦୃଢ଼ ଭାବରେ ଠିଆ ହୋଇଛି ଏବଂ ସବୁବେଳେ ଶାନ୍ତି, ସହନଶୀଳତା ଏବଂ ମାନବତାର ସୁରକ୍ଷା ପାଇଁ ସ୍ୱର ଉଠାଇ ଆସିଛି। ଆତଙ୍କବାଦର କୌଣସି ଧର୍ମ ନାହିଁ । ଏହାକୁ କୌଣସି ଧର୍ମ ସହିତ ଯୋଡିବା ଉଚିତ ନୁହେଁ । ବିଶ୍ବଶାନ୍ତି ଓ ବିଶ୍ବଭାଇଚାରା ପ୍ରତିଷ୍ଠା ପାଇଁ ଆତଙ୍କବାଦର ସମୂଳେ ବିନାଶ ଅପରିହାର୍ଯ୍ୟ ।