May 14, 2026

ପାରଳା ମହାରାଜାଙ୍କ ଜୟନ୍ତୀ ପାଳିତ

IMG-20250426-WA0028
Share

 

 

 

 

 

କୋରାପୁଟ ସଦର ମହକୁମାଠାରେ ରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ।ଏହି ଅବସରରେ କୋରାପୁଟ ଉପ ଜିଲ୍ଲାପାଳ ପ୍ରେମଲାଲ ହିଆଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ତାଙ୍କର ସ୍ମୃତି ଚାରଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ଭାରପ୍ରାପ୍ତ ପୌର ପରିଷଦ ନିର୍ବାହୀ ଅଧିକାରୀ ଦେବାଶିଷ ଗୌଡ଼, ଅଧ୍ୟାପକ ରବି ଶତପଥି, ପ୍ରମୁଖଙ୍କ ସହ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଯୋଗଦେଇ ପୁଷ୍ପ ମାଲ୍ୟାର୍ପଣ କରିଥିଲେ।ଏହି ଅବସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଦକ୍ଷିଣ ଓଡିଶାକୁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶରେ ସାମିଲ କରିବା ପାଇଁ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନ ଅବିସ୍ମରଣୀୟ ବୋଲି ଉପସ୍ଥିତ ବକ୍ତା ମାନେ ମତପ୍ରକାଶ କରିଥିଲେ l ସେ ତିନି ତିନି ଥର ଲଣ୍ଡନ ଗସ୍ଥ କରି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଦାବି ଉପସ୍ଥାପନ କରିଥିଲେ l ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ମୁଖ୍ୟ ଶ୍ରୀ ସତ୍ୟ ମହାନ୍ତି.ସନ୍ତୋଷ କୁମାର ସେଠି ଏବଂ ଏ କେ ବେହେରା ଯୋଗଦେଇ ପରିଚାଳନା କରିଥିଲେ।କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା.