April 26, 2026

ରେମୁଣା ଭିମପୁରା ଠାରେ ରିଲିଆନସ ପେଟ୍ରୋଲିୟମର ଗ୍ରାହକ ଜାଗରଣ ଅନୁଷ୍ଠିତ

IMG-20230426-WA0038
Share

ବାଲେଶ୍ଵର ସହର ଉପକଣ୍ଠ ଭିମପୁରା ମାଁ ତେନ୍ତୁଳିଆ ଠାକୁରାଣୀ ନିକଟସ୍ଥ ରିଲାଏନ୍ସ ପେଟ୍ରୋଲ ପମ୍ପର ଏକ ଗ୍ରାହକ ଜାଗରଣ ସଭା ଗତକାଲି ସନ୍ଧ୍ୟା ୭ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି। ରିଲାଏନ୍ସ,ବିପି ମୋବିଲିଟି ଲିମିଟେଡ ସହଯୋଗର ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ବ୍ୟବସାୟୀ ବାଦଲ କୁମାର ଦାସ, ଟ୍ରାନ୍ସପୋର୍ଟ ଓନର ପ୍ରଶାନ୍ତ ପଣ୍ଡା କମ୍ପାନୀର ,ସେଲସ ଅପରେସନ ମେନେଜର କ୍ରିଷ୍ଣା ରାଏ, ରାଜ୍ୟ ବିଜିନେଶ ଉନ୍ନୟନ ପରିଚାଳକ ବିଜୟ କୁମାର ପାତ୍ର, ରାଜ୍ୟ ଅର୍ଥନୈତିକ ବେପାର ପରିଚାଳକ ଚିତ୍ତରଞ୍ଜନ ଖାଟୋଇ ପ୍ରମୁଖ ମଞ୍ଚାସୀନ ହୋଇ, ରିଲାଏନ୍ସ ପେଟ୍ରୋଲିୟମ କମ୍ପାନୀ ଆଗାମୀ ଦିନରେ ଗାଡ଼ି ଚାଳକ, ଘରୋଇ କ୍ଷେତ୍ରରେ ବ୍ୟବହୃତ ଯାନ୍ତ୍ରିକ ଯାନ ଗୁଡ଼ିକର ଆବଶ୍ୟକ ହେଉଥିବା ପେଟ୍ରୋଲ ଏବଂ ରାସ୍ତା ମଝିରେ ପେଟ୍ରୋଲ ଅଭାବରୁ ଗାଡ଼ି ବନ୍ଦ ହେବାର ସମସ୍ତ ସୁବିଧା କିପରି ଗ୍ରାହକ ମାନଙ୍କୁ ଯୋଗାଇ ଦେଇହେବ ସେ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଶେଷ ଭାବେ କମ୍ପାନୀ ପକ୍ଷରୁ ପେଟ୍ରୋଲର ସୁଦ୍ଧତା ଉପରେ ବେଶି ନଜର ଦିଆଯାଇଥିଲା। ଗ୍ରାହକ କର୍ମଶାଳାରେ ଗ୍ରାହକ ମାନଙ୍କୁ ଉତ୍ତମ ସେବା ଉପରେ ଅଧିକ ଗୁରୁତ୍ବ ଦିଆଯାଇଥିଲା। ରିଲାଏନ୍ସ ପେଟ୍ରୋଲ ପମ୍ପର ସ୍ଵତ୍ବାଧିକାରୀ ସଂଗ୍ରାମ କିଶୋର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ବିଜୟ କୁମାର ସାହୁ, ରାଜେଶ ମହାକୁଡ଼, ଚିନ୍ମୟ ଗାଆଣ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

 

 

ବାଲେଶ୍ଵର ଜିଲ୍ଲାରୁ ଦେବାଶିଷ ଦାଶ୍ କ୍କ ରିପୋର୍ଟ,,