July 27, 2026

କେଶରୀଗୁଡା ଅଞ୍ଚଳରେ ବେଆଇନ ଚାଲାଣ ହେବାକୁ ଥିବା କୋଟି କୋଟି ଟଙ୍କାର ଗଞ୍ଜେଇକୁ ଧରିଛି ଗଜପତି ପୋଲିସ …

IMG-20260326-WA0034
Share

 

ମୋହନା( ଗଣେଶ ବିଷୋୟୀ )ଆଜି ସକାଳ ସମୟରେ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଗଜପତି ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ଏକ ଦଳ ଗଠନ କରିଥିଲେ ଉକ୍ତ ଗ୍ରାମକୁ ପଠାଇ ଗଞ୍ଜାଇ ଜବତ କରିବା ନିମନ୍ତେ। ଏହି ଦଳର ନେତୃତ୍ୱ ନେଉଥିଲେ ଆର. ଉଦୟଗିରି ଏସ ଡି ପି ଓ ରାକେଶ ସାହୁ। ଏସ ଡି ପି ଓ ଙ୍କୁ ସାହାଯ୍ୟ କରିବା ନିମନ୍ତେ ଗଜପତି ଜିଲ୍ଲା ର ଅଡବା, ମୋହନା, ଆର. ଉଦୟଗିରି ଥାନା ର ସମସ୍ତ କର୍ମଚାରୀ ଙ୍କ ସମେତ ଥାନା ଅଧିକାରୀ ମାନେ। ମୋହନା ବ୍ଲକର ଦୁର୍ଗମ ଗ୍ରାମ କେଶରୀଗୁଡା ଠାରେ ପହଞ୍ଚି ଅଚାନକ ଚଢ଼ାଉ କରି ଗ୍ରାମରେ ଗଛିତ ଥିବା ୨୦୨ ଜରି ବସ୍ତାରେ ଭରି ଥିବା ଗଞ୍ଜେଇ ଦେଖିବାକୁ ପାଇଲେ। ସେଗୁଡିକୁ ଦେଖି ଚଢ଼ାଉ କରିବାକୁ ଯାଇଥିବା ଅଧିକାରୀ ମାନେ ତାଯୁବ ହୋଇଯାଇଥିଲେ। ଏବଂ ପରମୁହୂର୍ତ୍ତରେ ସେ ଗୁଡିକୁ ଜବତ କରିଥିଲେ। ଚଢ଼ାଉ ସମୟରେ ସେହି ଗ୍ରାମରେ ଜନ ଶୂନ୍ୟ ହୋଇଥିବା ଦେଖିବାକୁ ମିଳିଥିଲା। ଏବଂ ପୋଲିସ କୁ ଦେଖି ସ୍ଥାନୀୟ ଗ୍ରାମବାସୀ ନିକଟସ୍ଥ ଜଙ୍ଗଲ କୁ ଦୌଡ଼ି ପାଇଥିବା ଶୁଣିବାକୁ ମିଳିଛି। ପୋଲିସ ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରିନାହିଁ। ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ଜଡିତ ଥିବା ବ୍ୟକ୍ତି ଙ୍କୁ ଗିରଫ କରାଯିବ ବୋଲି ଗଜପତି ଏସ ପି ଯତୀନ୍ଦ୍ର କୁମାର ପଣ୍ଡା ପ୍ରକାଶ କରିଛନ୍ତି। ମିଳିଥିବା ୨୦୨ ବସ୍ତା ଗଞ୍ଜେଇ ଓଜନ କରିବାରୁ ୪୦୬୦କିଲୋଗ୍ରାମ ହୋଇଥିବା ବେଳେ ତାହା ବଜାର ମୂଲ୍ୟ ଚାରି କୋଟି ଟଙ୍କା ହେବ ବୋଲି ଆକଳନ ହୋଇଥିବା ପ୍ରକାଶ। ଅଡବା ଥାନା କେସ ନମ୍ବର ୬୮/୨୬. ୩. ୨୬ ଧାରା ୨୦(ବି)(¡¡)(C)ଏନ ଡି ପି ଏସ ଅନୁଯାଇ କେସ ରୁଜୁ ହୋଇଥିବା ସହ କେସ ର ତଦନ୍ତ ଚାଲିଥିବା ଜଣାପଡିଛି। ଏହି ଚଢ଼ାଉ ସମୟରେ ମୋହନା ତହସିଲଦାର ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ବେଳେ ବାହାର ସାକ୍ଷୀ ମାନଙ୍କ ଉପସ୍ଥିତିରେ ଚଡାଉ ହୋଇଥିବା ବେଳେ ମୋହନା ଥାନା ଅଧିକାରୀ ଓମ ନାରାୟଣ ପାତ୍ର, ଅଡବା ଥାନା ଅଧିକାରୀ ଶ୍ରୀ ପଣ୍ଡା ପ୍ରମୁଖ ଉପସ୍ଥିତି ରେ ହୋଇଥିଲା ଏବଂ ଜିଲ୍ଲା ର ସମସ୍ତ ଥାନା କର୍ମଚାରୀ ଏହି ଚଡାଉ ରେ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା।

You may have missed