Aa
ତିର୍ତ୍ତୋଲ ତା 26/3/2026 ବାଣୀକ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ନିତ୍ୟସେବକ ତଥା ଜାତୀୟସ୍ତରରେ ସାରଳାଘଟନୃତ୍ୟ ର ପ୍ରଖ୍ୟାତ ନୃତ୍ୟଶିଳ୍ପୀ ରବୀନ୍ଦ୍ର ରାଉଳ ଙ୍କ ସହଧର୍ମିଣୀ, ଧର୍ମପ୍ରାଣା ମହିୟସୀ ମହିଳା ସତ୍ୟଭାମା ରାଉଳ (60) ଙ୍କର ଗତ ଗୁରୁବାର ଦିନ ପ୍ରତ୍ୟୁଷରେ ପରଲୋକ ହୋଇଯାଇଛି l ସେ ଜଣେ ସରଳ, ମିଷ୍ଟଭାଷୀ, ଆଦର୍ଶଗୃହିଣୀ ଓ ପତିବ୍ରତା ମହିଳା ଥିବାରୁ ତାଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l କନକପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ନମିତା ରାଉଳ, ସାରଳା ଘଟନୃତ୍ୟର ନିର୍ଦ୍ଦେଶକ ରମାକାନ୍ତ ରାଉଳ, ମାଆଙ୍କ ବରିଷ୍ଠ ସେବାୟତ ବିଶ୍ୱରଞ୍ଜନ ରାଉଳ, ହରେକୃଷ୍ଣ ରାଉଳ, ନୃସିଂହ ଚରଣ ରାଉଳ, ରାକେଶ ନାୟକ, ଆୟୁଷ୍ମାନ ମହାନ୍ତି, ବିକାଶ ରାଉଳ, ସାରଦା ସାମଲ, ରୁଦ୍ରପ୍ରସାଦ ରାଉଳ, ମୁରଲୀମନୋହର ମହାନ୍ତି, ରଶ୍ମୀରଞ୍ଜନ କୁଅଁର, ପ୍ରଭାତ କୁମାର ରାଉଳ ଙ୍କ ସମେତ ମା ସାରଳା ଙ୍କ ବଡ଼ପଣ୍ଡା, ପରିଚ୍ଛl, ସମସ୍ତ ସେବାୟତ ଓ ମନ୍ଦିରର ପ୍ରଶାସନିକ ଅଧିକାରୀ ମାନେ ଗଭୀରଶୋକ ପ୍ରକାଶ କରିବା ସହିତ, ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗ ଙ୍କୁ ସମବେଦନା ଜ୍ଞ୍ୟାପନ କରିଛନ୍ତି l ଗ୍ରାମ୍ୟଶ୍ମାଶନ ରେ ତାଙ୍କର ଅନ୍ତେଷ୍ଟକ୍ରିୟା ସମୟରେ ବଡ଼ପୁଅ ଦୁର୍ଗାପ୍ରସାଦ ରାଉଳ ମୁଖାଗ୍ନି ଦେଇଥିବା ବେଳେ ସାନପୁଅ ପ୍ରଭୁପ୍ରସାଦ ଙ୍କ ଦାୟିତ୍ୱରେ ଶବଶୋଭାଯାତ୍ରା କରାଯାଇଥିଲା lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
