ଆଶୁକବି ଶତ୍ରୁଘ୍ନ ପଟ୍ଟନାୟକ ଙ୍କ ବିୟୋଗରେ ଶୋକ
ତିର୍ତ୍ତୋଲ -: ତା 26/3/2026 ବିଶିଷ୍ଟ ସାହିତ୍ୟିକ, ସ୍ତମ୍ଭକାର,ଉତ୍କଳ ସାହିତ୍ୟ ସମାଜ ର ପୂର୍ବତନ ସଭାପତି, ବିଶ୍ୱନାଥ ପଣ୍ଡିତ ପାର୍କ ୱାରକର୍ସ କ୍ଲବ ର ପୂର୍ବତନ ସଭାପତି, ଆଶୁକବି ଶତ୍ରୁଘ୍ନ ପଟ୍ଟନାୟକ (85) ଙ୍କର ଗତ ଗୁରୁବାର ଦିନ, କଟକର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି l ତାଙ୍କର ମୃତ୍ୟୁଖବର ପ୍ରସାରିତ ହେବାପରେ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ମରଶରୀର କୁ ପ୍ରଥମେ ତାଙ୍କର ଝାଞ୍ଜିର ମଙ୍ଗଳା ବାସଗୃହ କୁ ନିଆଯିବା ପରେ ପରେ ଖାନନଗର ଶ୍ମଶାନ ରେ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ କରାଯାଇଥିଲା l ପରଦିନ ସମାଜସେବୀ ପ୍ରତାପ ଚନ୍ଦ୍ର ରାଜ ଙ୍କ ସଭାପତିତ୍ବ ରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା l ପ୍ରାରମ୍ଭରେ ଦିବଂଗତ ଆତ୍ମାର ସଦଗତି କାମନା ନିମନ୍ତେ ନିରବ ପ୍ରାର୍ଥନା କରା ଯାଇଥିଲା l ଏଥିରେ ଫଣିନ୍ଦ୍ର କୁମାର ମଲ୍ଲିକ, ଭବାନୀ ପ୍ରସାଦ ମହାନ୍ତି,ପ୍ରଶାନ୍ତ କୁମାର ମହାନ୍ତି, ସରୋଜ କୁମାର ରଣା ଓ ଦିଲ୍ଲୀପ କୁମାର ଦେବତା ପ୍ରମୁଖ ଯୋଗଦେଇ, ସ୍ବର୍ଗତ ଶତ୍ରୁଘ୍ନ ପଟ୍ଟନାୟକ ଙ୍କ ସହିତ ନିଜ ନିଜର ଅନୁଭୂତି ଓ ଅନୁଭବର ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ତେବେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ତାଙ୍କର ପୁତ୍ର ପୌତ୍ରl ଦି ଆତ୍ମୀୟ ସ୍ୱଜନ ଓ ବନ୍ଧୁବର୍ଗ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
