April 26, 2026

ସାମନ୍ତରାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉସôବ 

IMG-20260326-WA0030
Share

ଖୋର୍ଦ୍ଧା-( ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ସାମନ୍ତରାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ରେ ଶିକ୍ଷାବିତ୍ ସତ୍ୟବାଦୀ ବଳିଆରସିଂହ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଖୋର୍ଦ୍ଧା ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ କନକଲକ୍ଷ୍ମୀ ମହାନ୍ତି, ମୁଖ୍ୟବକ୍ତା ରୂପେ ପୌର ପରିଷଦ ଉପାଧ୍ୟକ୍ଷ ସୋର୍ଯ୍ୟ ରଂଜନ ମହାନ୍ତି ଏବଂ ସମ୍ମାନିତ ଅତିଥି ରୂପେ କାଉନସିଲର ଶ୍ରୀମତୀ ପ୍ରବୀଣା ଜଗଦେବ ରାୟ, କାଉନସିଲର କମଳ କୁମାର ପ୍ରଧାନ, ସି.ଆର.ସି.ସି ଶ୍ରୀମତୀ ରେବତୀ ପଣ୍ଡା ଓ ବିଦ୍ୟାଳୟ କମିଟି ସଭାପତି ସୁକାନ୍ତ ପୃଷ୍ଟି ଯୋଗଦେଇ ଛାତ୍ରଛାତ୍ରୀମାନେ ଭଲ ପାଠ ପଢିବା ସହିତ ଭଲ ମଣିଷ ହେବାକୁ ଆହ୍ୱାନ ଦେଇଥିଲେ । ବିଦ୍ୟାଳୟ ଖେଳ ପଡ଼ିଆ ପାଇଁ ଜାଗା ଚିହ୍ନଟ ହୋଇ ତାହା ପ୍ରଦାନ କରାଯିବା ପାଇଁ ପୌରାଧ୍ୟକ୍ଷା ଦୃଢ ପ୍ରତିଶ୍ରୁତି ଦିଆଯାଇଥିଲା । ପ୍ରଧାନଶିକ୍ଷୟିତ୍ରୀ ନମିତା ରାଣୀ ରାୟସାମନ୍ତ ବାର୍ଷିକ ବିବରଣୀ ଓ ଶିକ୍ଷୟିତ୍ରୀ କ୍ଷଣପ୍ରଭା ସାହୁ ଅତିଥି ପରିଚୟ ଦେଇଥିଲେ । ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ବଣ୍ଟନରେ ଶ୍ରୀମତୀ ସୁଜାତା ମିଶ୍ର, କୁମୁଦିନୀ ବେହେରା ଓ କୁମୁଦିନୀ ବେହେରା ସହଯୋଗ ପ୍ରଦାନ କରିଥିବାବେଳେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ଶୁଭସ୍ମିତା ବେହେରା, କୁସୁମ ପ୍ରଧାନ ଓ ଦୀପ୍ତିମୟୀ ସାହୁ ପରିଚାଳନା କରିଥିଲେ । ପରିଶେଷରେ ଶିକ୍ଷକ ସନ୍ଦୀପ କୁମାର ବେହେରା ଧନ୍ୟବାଦ ଦେଇଥିଲେ ।