May 10, 2026

ଜାତୀୟ ତୀରନ୍ଦାଜି ଚମ୍ପିୟାଅନସିଫରେ ଅର୍ଣ୍ଣବଙ୍କ ବାଜିମାତ, ରଖିଲେ ଓଡ଼ିଶାର ଟେକ 

IMG-20250326-WA0009
Share

 

 

ସମ୍ବଲପୁର, (ରାଜାରାମ ଷଡ଼ଙ୍ଗୀ): ଜାତୀୟ ତୀରନ୍ଦାଜି ଚମ୍ପିୟାଅନସିଫରେ ଭାଗ ନେଇ ଜୁଯୋମୁରା ବ୍ଲକର ଅର୍ଣ୍ଣବ ଦେହୁରୀ ବାଜିମାତ ମାରି ଓଡ଼ିଶାର ଟେକ ରଖିଛନ୍ତି। ସେ ସର୍ବ ଭାରତୀୟ ସ୍ତରରେ ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ପାଇଛନ୍ତି।

 

ଏନଟିପିସି ଚେରୀକୁଳି ଲେନିନ ଭୋଲଗା ମେମୋରିଆଲ ପକ୍ଷରୁ ୧୪ ତମ ମିନି କିଡ୍ସ ଜାତୀୟ ଟିରନ୍ଦାଜି ଚମ୍ପିୟାଅନସିଫ ଭାଗ ନେଇ ଅର୍ଣ୍ଣବ ଏହି ସଫଳତା ହାସଲ କରିଛନ୍ତି।ଆନ୍ଧ୍ରପ୍ରଦେଶର ଗୁଣ୍ଡୁର ସ୍ଥିତ ନାଗାର୍ଜୁନ ୟୁନିଭରସିଟି ପରିସରରେ ଜାତୀୟ (ଅଣ୍ଡର-୧୦) ତୀରନ୍ଦାଜି ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହେବା ପରେ ମଙ୍ଗଳବାର ନିଜ ଜନ୍ମ ମାଟି ଜୁଯୋମୁରାକୁ ଫେରିବା ପରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା ।

 

ସୂଚନା ଯୋଗ୍ୟ ଯେ,ସମ୍ବଲପୁର ଜିଲ୍ଲା ଯୁଯୁମୁରାର କିଶୋର ଓ ରୁବି ଦେହୁରୀଙ୍କ ପୁଅ ଓ ଲଷ୍ମୀଧର ଦେହୁରୀଙ୍କ ନାତି ଅର୍ଣ୍ଣବ ଦେହୁରୀ (ରିକର୍ଭ ରାଉଣ୍ଡ, ବାଳକ)ରେ କାଂସ୍ୟ ପଦକ ହାସଲ କରି ଜୁଯୋମୁରା, ସମ୍ବଲପୁର ସମେତ ଓଡ଼ିଶାର ଟେକ ରଖିଛନ୍ତି ।ଅର୍ଣ୍ଣବଙ୍କ ଯାଆଁଳା ଭଉଣୀ ମଧ୍ୟ୍ୟ ଜଣେ ଜାତୀୟ ତୀରନ୍ଦାଜି ଖେଳାଳି। ଉଭୟଙ୍କ ନିଷ୍ଠା, ଉଦ୍ୟମ ଓ ପରିବାର ପ୍ରେରଣା ଯୋଗୁଁ ସେମାନେ ଦିନେ ବିଶ୍ୱ ଅଲମ୍ପିକରେ ଭାଗ ନେଇ ବିଶ୍ୱ ସ୍ତରରେ ସମଗ୍ର ଭାରତର ଟେକ ରଖିବେ ବୋଲି ଆଶାବାଦୀ।

 

ଏଠାରେ ସୂଚନା ଯୋଗ୍ୟଯେ,ଅର୍ଣ୍ଣବଙ୍କ ସହ ସମ୍ବଲପୁରରୁ ୩ ଜଣଙ୍କୁ ମିଶାଇ ଓଡ଼ିଶାରୁ ମୋଟ ୧୬ ଜଣ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ।ଅର୍ଣ୍ଣବଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଳରୁ ଶୁଭେଚ୍ଛାର ସୁଅ ଛୁଟୁଛି।