April 27, 2026

କୋଟପାଡ଼ରେ ଜ଼ିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

IMG-20260226-WA0013
Share

 

 

 

କୋଟପାଡ଼ ପଞ୍ଚାୟତ ସମିତି କାର୍ଯାଳୟ ପରିସର ରେ ଜ଼ିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି. ଆଳୁପଦର ଗ୍ରାମରେ ସୋଲାର ପାଣି ଟାଙ୍କି ର ମରାମତି. ସନ୍ତୋଷ ପଟ୍ଟନାୟକ ପିଏ ନାରାୟଣ ପାଟଣା ଚାକିରି ରୁ ଅବସର ନେବା ର ଦୀର୍ଘ ବର୍ଷ ପରେ ମଧ୍ୟ ପ୍ରାପ୍ୟ ପାଇ ନାହାନ୍ତି. ଆଦର୍ଶ ସ୍କୁଲ ରେ ପିଲାଙ୍କୁ ନାମ ଲେଖା ପାଇଁ ଆବେଦନ. ଆମ୍ବଡ଼ାମୁଣ୍ଡା ଗ୍ରାମ ରେ ଅତି ନିମ୍ନ ମାନର ଗାର୍ଡ ୱାଲ ସହ ରାସ୍ତା କାମ ର ତୋଦନ୍ତ କରିବା ପାଇଁ ଶ୍ରୀ ବୁଟୁନା ମହାପାତ୍ର ଲିଖିତ ଅଭିଯୋଗ. ଦିଗାପୁର ଠାରେ ପେଟ୍ରୋଲ ପମ୍ପ ଲିକ ହୋଇ ଚାଷ ଜମି ନଷ୍ଟ ହେବା. ସମେତ ରାସ୍ତା ଘାଟ. ପାନୀୟ ଜଳ. ଇତ୍ୟାଦି ବ୍ୟକ୍ତି ଗତ 17ଏବଂ ସାମୁହିକ 17ମୋଟ 34ଗୋଟି ଅଭିଯୋଗ ର ଶୁଣାଣି ହୋଇଥିଲା. ମିଳିତ ଅଭିଯୋଗ ଶୁଣାଣି ଶିବିର ରେ ଜ଼ିଲ୍ଲା ପାଳ ମନୋଜ ସତ୍ୟବାନ ମହାଜନ.ଏସପି ରୋହିତ ବର୍ମା. ସିଡିଓ ବେଣୁଧର ସବର. ଉଠା ଜଳ ସେଚନ ବିଭାଗ ମୁଖ୍ୟ ଯନ୍ତ୍ରୀ.ଯୁଗଳ କିଶୋର ଟାକ୍ରୀ. ଜ଼ିଲ୍ଲା ମଙ୍ଗଳ ଅଧିକାରୀ ସୁନୀଲ ତାଣ୍ଡି. ଆଇଟିଡ଼ିଏ ସହକାରୀ ଯନ୍ତ୍ରୀ ଚୈତନ୍ୟ ବାସକି. ବିଡ଼ିଓ ସନ୍ଧ୍ୟା ସମରଥ. ବ୍ଲକ ସହକାରୀ ଯନ୍ତ୍ରୀ ସତ୍ୟ ନାରାୟଣ ସେଠି ଙ୍କ ସମେତ ସମସ୍ତ ଜ଼ିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ. ଆମ୍ବଡ଼ାମୁଣ୍ଡା ରାସ୍ତାର ତଦନ୍ତ କରିବା ପାଇଁ ଜ଼ିଲ୍ଲା ପାଳ ନିର୍ଦେଶ ଦେଇଥିଲେ. ଶିବିର ସମାପ୍ତ ହବା ପରେ ହରଦଳୀ ସ୍ଥିତ ସୁମତି ମହାନ୍ତିଙ୍କ କୁକୁଡ଼ା ଫୋର୍ମ ସମେତ ଡଙ୍ଗରି ଗୁଡା ୱେଭେର ସୋସାଇଟି. ଏସବି ନୂଆଗାଁ ତାରାତାରାଣୀ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହ ଆଲୋଚନାପରେ ବିଜିବି ଓ. ଏନଆରଇଜିଏସ. ସିଏଫସି/ଏସଏଫସି ଯୋଜନା ର ଉନ୍ନୟନ ମୂଳକ କାମ ଗୁଡିକୁ ଗସ୍ତ କରି ଥିଲେ. ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ନାୟକ ଏବଂ ଓଏଲଏମ ମୁଖ୍ୟ ଗୁପ୍ତ ମାଝୀ ଏହି ଅଞ୍ଚଳ ଗସ୍ତ ସମୟରେ ସାମିଲ ଥିବାର ଜଣାଯାଇଛି.କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର