ଆଜିର ଖବର …
୧-ଆଜି ଦେଶ ପାଳନ କରିବ ୭୫ତମ ଗଣତନ୍ତ୍ର ଦିବସ।ନୂଆଦିଲ୍ଲୀରେ କର୍ତ୍ତବ୍ୟ ପଥରୁ ଗଣତନ୍ତ୍ର ଦିବସ ପ୍ୟାରେଡରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିବାଦନ ଗ୍ରହଣ କରିବେ।
୨-ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ । ଦେଶର ବିକାଶରେ ପ୍ରତ୍ୟେକ ନାଗରିକଙ୍କ ଭୂମିକା ଥିବା କହିଲେ ରାଷ୍ଟ୍ରପତି।
୩-ଭୁବନେଶ୍ୱର: ମେ ୬ରୁ ଓଜେଇଇ ପରୀକ୍ଷା, ମାର୍ଚ୍ଚ ୧୫ ଯାଏଁ ଚାଲିବ ରେଜିଷ୍ଟ୍ରେସନ।
୪-ଶନିବାର ସବୁ ସ୍କୁଲ, କଲେଜ ଛୁଟି; ଲୋକାର୍ପଣ ହେବ ସମଲେଇ ପ୍ରକଳ୍ପ।
୫-ଓଡ଼ିଶାର ୧୧ ପୋଲିସ ଅଧିକାରୀଙ୍କୁ ମିଳିବ ପ୍ରଶଂସନୀୟ ସେବା ପଦକ, ୧୫ ଜଣ ପାଇବେ ସାହାସିକତା ପୁରସ୍କାର।
୬-ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗିନିର ନ୍ଯାସ୍ନାଲ ଟ୍ରାନଜିସନ କାଉନସିଲ ପ୍ରେସିଡେଣ୍ଟ ଡ.ଦମଶା କୋରୋମାଙ୍କୁ ସମ୍ମାନଜନକ କିସ୍ ହ୍ୟୁମାନିଟାରିଆନ ପୁରସ୍କାର ପ୍ରଦାନ।
୭-ବୌଦ୍ଧ:ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଶିକ୍ଷକ ମୃତ, ଶିକ୍ଷୟିତ୍ରୀଙ୍କ ସମେତ ୨ ଗୁରୁତର।
୮-ଆଭ୍ୟନ୍ତରୀଣ ଓଡ଼ିଶାର ସବୁ ଜିଲ୍ଲାରେ ଘନ କୁହୁଡି ସମ୍ଭାବନା, ୧୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି।
୯-ଭୁବନେଶ୍ୱର:ଆଜି ବନ୍ଦ ରହିବ ସବୁ ପେଟ୍ରୋଲ ପମ୍ପ।
୧୦-ରାଉରକେଲା: ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେଉଥିଲେ GST ଅଧିକାରୀ, ମାଡିବସିଲା CBI।
୧୧-ଅଦିନ ମେଘ ଉଜାଡ଼ିଲା ଦାନା; ସଢି ଯାଉଛି କଞ୍ଚା ପରିବା, ଚାଷୀ ମୁଣ୍ଡରେ ଚଡ଼କ।
୧୨-କେନ୍ଦୁଝର:ସିମ୍ କାର୍ଡ଼ ରାକେଟର ପର୍ଦ୍ଦାଫାସ, ୫୩୮ ସିମ୍ – ୧୮ଟି ମୋବାଇଲ ଜବତ।
୧୩-ସମ୍ବଲପୁର:ଡାକ୍ତରାଣୀଙ୍କ ମହାନତା; ସରକାରୀ ମହିଳା ମହାବିଦ୍ୟାଳୟକୁ ଦାନ କରିଦେଲେ ବାସଭବନ।ସହରର ଜଣେ ଜଣାଶୁଣା ଡାକ୍ତର ହେଉଛନ୍ତି ୮୭ ବର୍ଷୀୟ ନାରାୟଣୀ ପଣ୍ଡା ।
୧୪-ଗଣତନ୍ତ୍ର ଦିବସ ଅବସରରେ ୧୦୩୨ ଜଣ କର୍ମଚାରୀ ବୀରତା ପୁରସ୍କାର ଏବଂ ସେବା ପଦକରେ ସମ୍ମାନିତ।
୧୫-୨୦୨୪ ମସିହା ପାଇଁ ପଦ୍ମ ପୁରସ୍କାର ଘୋଷଣା: ମନୋନୀତ୧୩୨ଜଣ, ଓଡ଼ିଶାରୁ ରହିଛନ୍ତି ୪ ପ୍ରତିଭା।
୧୬-ଏଥର ସାଧାରଣ ନିର୍ବାଚନ ପାଇଁ ନୂଆ ବ୍ୟବସ୍ଥା, ପୋଲିଂ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀ ଡ୍ୟୁଟି କରୁଥିବା ସ୍ଥାନରେ ଭୋଟ୍ ଦେବେ।
୧୭-ଚତୁର୍ଥ ଥର ପାଇଁ ବିରାଟ କୋହଲିଙ୍କୁ ଆଇସିସି ଦିନିକିଆ ପ୍ଲେୟାର ଅଫ୍ ଦି ଇୟର ପୁରସ୍କାର।
୧୮-ଅଯୋଧ୍ୟା ରାମମନ୍ଦିର ଉପରେ ଦାନ ବର୍ଷା । ଦର୍ଶନର ପ୍ରଥମ ଦିନରେ ଦାନ ହୁଣ୍ଡିରୁ ମିଳିଲା ୩କୋଟି ୧୬ଲକ୍ଷ ଟଙ୍କା।
୧୯-ଫେବ୍ରୁଆରୀ ୩ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, IIM ସମ୍ୱଲପୁରର ସ୍ଥାୟୀ କ୍ୟାମ୍ପସ୍ କରିବେ ଉଦ୍ଘାଟନ।
୨୦-କ୍ରିକେଟ:ପ୍ରଥମ ଦିନ ସମାପ୍ତ, ୟଶସ୍ଵୀ ଜେସୱାଲଙ୍କ ଅର୍ଦ୍ଧଶତକ ଏବଂ ଭାରତୀୟ ସ୍ପିନରଙ୍କ କମାଲ।