April 24, 2026

ତିର୍ତ୍ତୋଲ ଠାରେ, ଭାରତୀୟ ଜନତା ପାର୍ଟି ପକ୍ଷରୁ ନବ ମତଦାତା ସମ୍ମୀଳନୀ …

hgfh
Share

ତିର୍ତ୍ତୋଲ ::- ତିର୍ତ୍ତୋଲ ନିର୍ବାଚ଼ନ ମଣ୍ଡଳୀ ଅଧିନ, ନିଶାମଣି ସରଣୀ ସ୍ଥିତ ଆନନ୍ଦ ମଣ୍ଡପ ରେ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ସୁଧିର କୁମାର ମଲ୍ଲିକଙ୍କ ନେତୃତ୍ୱରେ ଯୁବ ମତଦାତା ସମ୍ମୀଳନୀ ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଭାରତର ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦି ଭର୍ଚୁଆଲ ମାଧ୍ୟମରେ, ଉଦ୍‌ବୋଧନ ଦେଇଥିଲେ । ଦେଶରେ ହେବାକୁ ଥିବା ଲୋକସଭା ନିର୍ବାଚ଼ନ ପରିପ୍ରେକ୍ଷି ରେ ଯୁବଭୋଟର ମାନେ ବହୁ ସଂଖ୍ୟାରେ ଭାଗନେଇ ଏକ ସ୍ଥିର ଏବଂ ପୂର୍ଣ୍ଣବହୁମତ ସରକାର ଗଠନ ନିମନ୍ତେ ପରାମର୍ଶ ଦେଇଥିଲେ !ଉକ୍ତ କାର୍ଯ୍ୟକ୍ରମରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରୁ ସାତଶତ ରୁ ଅଧିକ ଯୁବ ଭୋଟର ଉପିସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୁବମୋର୍ଚ୍ଚା ପଦାଧିକାରୀ ଙ୍କ ସମେତ ତିର୍ତ୍ତୋଲ ନିର୍ବାଚ଼ନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ମଣ୍ଡଳ ସଭାପତି ଏବଂ ଯୁବମୋର୍ଚ୍ଚା ର ସମସ୍ତ ମଣ୍ଡଳ ସଭାପତି ଉପସ୍ଥିତ ଥିଲେ । ଜିଲ୍ଲା ଉପସଭାପତି ସୁଶିଲ ସାହୁ , ସଂପାଦକ ଆଶିଷ ସାମଲ, ସଂଯୋଯକ ସନ୍ତୋଷ ନାୟକ, ସର୍ମପଣ ଓଝା, , ରାକେଶ ଦାସ, ରାକେଶ ମହାପାତ୍ର ଯୁବ ମୋର୍ଚ୍ଚାମଣ୍ଡଳ ସଭାପତି,ହରିଶଙ୍କର ମହାନ୍ତି, ଶୁଭ୍ରକାନ୍ତ ରଣା, ବିଭୁ ପଦାରବିନ୍ଦ ବେହେରା, ନିଶିକାନ୍ତ ନାୟକ, ଚିତ୍ତ ରଂଜନ ନନ୍ଦି ଏବଂ ମୁଖ୍ୟ ସଙ୍ଗଠନ ମଣ୍ଡଳ ସଭାପତି ରୁପକ ଖୁଣ୍ଟିଆ, ସୁନନ୍ଦ ବିଶ୍ୱାଳ , ବିଶ୍ଵଜିତ ଦାଶ, ଶିବପ୍ରସାଦ ସାହୁ , ତରୁଣ କୁମାର ଦାସ ଏବଂ ସୁଦର୍ଶନ ପଣ୍ଡା ଏବଂ କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଯକ ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
(ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା )