April 26, 2026

ପୁରୀରେ ଲଜ୍ୟା, ଗଣଦୁଷ୍କର୍ମ ର ଶିକାର ହେଲେ ନାବାଳିକା ..

IMG-20251025-WA0004
Share

 

ପୁରୀଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ ବୀରନରସିଂହପୁର ପାଟଣା ଭୋଇସାହି ର ଦଳିତ ପରିବାର ନାବାଳିକା ଘରେ ଏକୁଟିଆ ଥିବାବେଳେ ସେହିଗ୍ରାମର ମୁନା ଭୋଇ ଏବଂ ଗେଡୁ ଭୋଇ ଜୋରଜବରଦସ୍ତ ଦୁଷ୍କର୍ମ କରିଛନ୍ତି l ନାବାଳିକା ପରିବାର ଥାନାକୁ ଅଭିଯୋଗ କରିବାକୁ ଆସିବା ସମୟରେ ରାସ୍ତାରେ ଗେଡୁ ଏବଂ ମୁନା ପରିବାର ସଦସ୍ୟ ସେମାନଙ୍କୁ ମାରଣାସ୍ତ୍ର ଧରି ଭୟଭୀତ କରାଇଛନ୍ତି l ସେଥିପାଇଁ ଅକ୍ଟୋବର ୨୨ ରେ ଘଟଣା ଘଟିଥିଲେ ମଧ୍ୟ ନାବାଳିକା ପରିବାର ଭୟଭୀତ ଅବସ୍ଥାରେ ଗତକାଲି ଚନ୍ଦନପୁର ଥାନାରେ ଅଭିଯୋଗ କରିଥିଲେ l ଚନ୍ଦନପୁର ପୋଲିସ ସଙ୍ଗେସଙ୍ଗେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସାଇଣ୍ଟିଫିକ ଟିମ ସହିତ ପହଞ୍ଚି ଘଟଣା ର ତଦନ୍ତ ଚଲାଇଛି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ