April 27, 2026

ଋଷିକୂଲ୍ୟା ନଦୀରେ ମିଳିଥିବା ମୃତ ଅଜଣା ଯୁବକର ପରିଚୟ ମିଳିଲା-

IMG-20251025-WA0002
Share

 

ଗଞ୍ଜାମ(ପ୍ରଦୀପ କୁମାର ପଣ୍ଡା)

ଋଷୁକୂଲ୍ୟା ନଦୀ ପଠାରୁ ମିଳିଥିବା ମୃତ ଦେହର ପରିଚୟ ପାଇଛି ଗଞ୍ଜାମ ଥାନା ପୋଲିସ l ଗଞ୍ଜାମ ଥାନା ଅନ୍ତର୍ଗତ ପୋତାଗଡ ନିକଟ ଋଷିକୂଲ୍ୟା ନଦୀ ମଧ୍ୟ ଭାଗରେ ଥିବା ପଙ୍କାଳ ପାର୍ଶ୍ଵରେ ଅଜଣା ଯୁବକଙ୍କ ମୃତ ଶରୀର ପଡିଥିବା ଦେଖି ସ୍ଥାନୀୟ ଲୋକେ ଗଞ୍ଜାମ ଥାନା ପୋଲିସକୁ ଜଣାଇଥିଲେ l ସଙ୍ଗେ ସଙ୍ଗେ ଗଞ୍ଜାମ ଆଇଆଇସି ସୁମିତ୍ରା ପାତ୍ର ଏବଂ ସାଙ୍ଗରେ ଅଗ୍ନିଶମ ବିଭାଗ କର୍ମଚାରୀ, ସାଇଣ୍ଟିଫିକ୍ ଟିମ୍ କୁ ନେଇ ତଦନ୍ତ ଆରମ୍ଭ କରିଥିଲେ l ପୋଲିସ କେସ ନଂ ୧୪ /୨୫ ରେ ଏକ ଅପମୃତ୍ୟ ମାମଲା ରୁଜୁ କରିବା ସହ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲେ ଗଳିତ ଶବଟି ପଚିଯାଇଥିଲା ଏବଂ ମୃତକ ପିନ୍ଧିଥିବା ପ୍ୟାଣ୍ଟ୍ ପକେଟ୍ ରୁ ଆଧାର କାର୍ଡ, ଭୋଟର କାର୍ଡ ଓ ବ୍ୟାଙ୍କ୍ ଏଟିଏମ୍ ମିଳିଥିଲା l ଫଳରେ ପୋଲିସ ଶବକୁ ନଦୀ ମଧ୍ୟଭାଗରୁ ଡ଼ଙ୍ଗା ସାହାଯ୍ୟରେ ସ୍ଥଳ ଭାଗକୁ ଆଣି ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲ କୁ ପୋଷ୍ଟମର୍ଟମ ନିମନ୍ତେ ପଠାଯାଇଛି l ମୃତକଙ୍କ ନିକଟରୁ ମିଳିଥିବା ସମସ୍ତ ପରିଚୟ ପତ୍ରକୁ ନେଇ ତାଙ୍କ ପରିବାର ସହ ଯୋଗାଯୋଗ କରାଯାଇଥିଲା l ପଶ୍ଚିମବଙ୍ଗର ଜଲପାଇଗୁରି ଥାନା ସାହାଯ୍ୟରେ ମୃତକ ହଞ୍ଜଲ ଫ୍ରିଦୋଷ ପିତା ଇକୱାର ଅଲ୍ଲୀ ଙ୍କ ପରିବାର ସହ ଯୋଗାଯୋଗ କରି ସମ୍ପୂର୍ଣ୍ଣ ତଥ୍ଯ ପାଇଥିଲା l ସୂଚନା ଅନୁସାରେ ମୃତକ ହଞ୍ଜଳା ଫିରଦୋଷ ବିବେକ ଏକ୍ସପ୍ରେସରେ କେରଳର କୋଚିରୁ ପଶ୍ଚିମବଙ୍ଗ ଆସୁଥିଲା ବେଳେ ୧୩ ତାରିଖରେ ଫୋନ୍ ସୁଇଚ୍ଚଅଫ୍ ଆସିବାରୁ ପରିବାର ଲୋକେ ସ୍ଥାନୀୟ ଜଲପାଇଗୁରି ଜିଆରପି ଥାନାରେ ନିଖୋଜ ନେଇ ଅଭିଯୋଗ ଦେଇଥିଲେ ଗତ କାଲି ମଧ୍ୟାହ୍ନରେ ଗଞ୍ଜାମ ପୋଲିସ ଠାରୁ ପରିବାର ସନ୍ଧାନ ପାଇଲା ପରେ ଗଞ୍ଜାମ ଥାନାକୁ ପୁଅର ମୃତ ଶରୀରକୁ ଚିହ୍ନଟ କରିବା ପାଇଁ ଆସୁଥିବା ଆଇଆଇସି ସୂଚନା ଦେଇଛନ୍ତି l