April 29, 2026

ଦିନ ସାରା ଝିପିଝିପି ବର୍ଷା, ଜନ ଜୀବନ ସାମାନ୍ୟ ଅସ୍ତବ୍ୟସ୍ତ 

IMG-20241025-WA0017
Share

 

ବୁଗୁଡା : ତା ୨୫/୧୦/୨୪ : ବଙ୍ଗୋପ ସାଗରରେ ସୃଷ୍ଟ ସମ୍ଭାବ୍ୟ ବାତ୍ଯା ‘ଦାନା’ ପ୍ରଭାବରେ ବର୍ଷା ଓ ପବନ ଦ୍ବାରା ଫସଲ ହାନିର ଆଶଙ୍କା କରି ବୁଗୁଡା ଅଞ୍ଚଳର ଚାଷୀକୁଳ ଆତଙ୍କିତ ହୋଇପଡିଥିବା ବେଳେ ସେଭଳି କୌଣସି କ୍ଷୟକ୍ଷତି ନଘଟିବା ସାଙ୍ଗକୁ ଫସଲ ପାଇଁ ଆବଶ୍ୟକ ଥିବା ବର୍ଷା ଯୋଗୁଁ ସେମାନେ ଆଶ୍ବସ୍ତି ଲାଭ କରିଥିବା ଜଣାଯାଇଛି। ବାତ୍ୟା ପ୍ରଭାବରୁ ଆଜି ବଡି ସକାଳୁ ହିଁ ମେଘୁଆ ପାଗ ସାଙ୍ଗକୁ ଝିପିଝିପି ବର୍ଷା ଅନବରତ ଲାଗି ରହିଥିବାରୁ ଜନ ଜୀବନ ସାମାନ୍ୟ ଅସ୍ତବ୍ୟସ୍ତ ହୋଇପଡିଥିଲା। ବିଭିନ୍ନ କାର୍ଯ୍ୟାଳୟ ସମେତ ବସଷ୍ଟାଣ୍ଡ ଓ ବଜାର ଆଦି ସ୍ଥାନରେ ଲୋକଙ୍କ ଗହଳି ଚହଳି ନଥିଲା ବେଳେ ଏବଂ ରାସ୍ତାଘାଟରେ ମଧ୍ୟ ବହୁଳ ଲୋକଙ୍କ ଯାତାୟାତ ଦେଖିବାକୁ ମିଳିନଥିଲା । ବାତ୍ୟା ଜନିତ ବିପର୍ଯ୍ୟୟର ସାମନା କରିବାକୁ ପ୍ରଶାସନ ପ୍ରସ୍ତୁତ ଥିବାବେଳେ ଅଞ୍ଚଳବାସୀ ସେଭଳି କୌଣସି ବିପର୍ଯ୍ୟୟର ସମ୍ମୁଖୀନ ହୋଇନଥିବା ଜଣାଯାଇଛି।

You may have missed