April 29, 2026

ନଭେମ୍ବର ୭ ରୁ ଉମରକୋଟ ପ୍ରିମୀୟର ଲିଗ ଆରମ୍ଭ…..

IMG-20241025-WA0006
Share

 

ଉମରକୋଟ :-(ଏମ.ଦିନା°ଶୁ ଆଚାରୀ) ବହୁ ଚର୍ଚ୍ଚିତ ଉମରକୋଟ ପ୍ରିମିୟର ଲିଗ୍ ୨୦୨୪ ଆସନ୍ତା ନଭେମ୍ବର ୭ ରୁ ଆରମ୍ଭ ହେବ। ଏଥି ନେଇ ଏକ ପ୍ରସ୍ତୁତି ବୈଠକ ଆଜି ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିଲା। ସହର ର ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି, ଯୁବକ ଓ ଖେଳାଳି ମାନେ ଉପସ୍ଥିତ ଥିଲେ। ସର୍ବ ସମ୍ମତି କ୍ରମେ ଉପ ନଗରପାଳ ସୁଧାଂଶୁ ଦାସ ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ଉପ ସଭାପତି ଭାବରେ ଚନ୍ଦନ କୁମାର ବେହେରା, ସଂପାଦକ ଭାବେ ଅଭିଳାଷ ପଟ୍ଟନାୟକ, ସହ ସଂପାଦକ ଭାବେ ନରେନ୍ଦ୍ର ନାୟକ ଓ କୋଷାଧ୍ୟକ୍ଷ ଭାବେ ତପନ ପାତ୍ର ମନୋନିତ ହେଇଛନ୍ତି। ସେହି ପରି ଉପଦେଷ୍ଟା କମିଟିରେ ପ୍ରମୋଦ କୁମାର ପାଢ଼ୀ, ଓକିଲ ସଂଘ ର ସଭାପତି ପ୍ରଶାନ୍ତ କୁମାର ସାହୁ, ଦୁର୍ଗା ପ୍ରସାଦ ମଲିକ, କେ.ଟି. ଝିଲାନୀ, ସଲିମ ରାଠୋର ମନୋନୀତ ହେଇଛନ୍ତି। ମିଡ଼ିଆ ସଂଯୋଜକ ଭାବେ ସନ୍ତୋଷ ଶତପଥି, ହିମାଂଶୁ ଜେନା, ସତ୍ୟ ନାରାୟଣ ରାଉତ, କୁନା ସାହୁ ମନୋନୀତ ହେଇଛନ୍ତି। ସାଂସ୍କୃତିକ ସଂଯୋଜକ ଭାବେ ଚନ୍ଦନା ମଲ୍ଲିକ, ନିଲମ ହରିଜନ ଓ ସରୋଜିନୀ ଶବର ପ୍ରମୁଖ ମନୋନୀତ ହୋଇଛନ୍ତି। ନଭେମ୍ବର ୭ ରେ ଆରମ୍ଭ ହେବ ଓ ୧୭ ତାରିଖ ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ସଭାପତି ସୁଧାଂଶୁ ଦାସ ସୁଚନା ଦେଇଛନ୍ତି। ଚଳିତ ବର୍ଷ ଓଡ଼ିଶା ସମେତ ଛତିଶଗଡ଼, ଉତ୍ତର ପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ଜାମ୍ମୁ କାଶ୍ମୀର , ଆନ୍ଧ୍ର ପ୍ରଦେଶ ରାଜ୍ୟ ରୁ ମୋଟ ୨୦ ଟି ଟିମ୍ ଅଂଶ ଗ୍ରହଣ କରିବେ। ପ୍ରତି ମ୍ୟାଚ ୧୫ ଓଭର ହେବାକୁ ଥିବା ବେଳେ ସେମି ଫାଇନାଲ ଓ ଫାଇନାଲ ମ୍ୟାଚ ୨୦ ଓଭର ଖେଳା ଯିବ। ଫାଇନାଲ ରେ ବିଜୟୀ ଦଳ କୁ ୧ ଲକ୍ଷ୍ୟ ୧୧ ହଜାର ଟଙ୍କା , ପରାସ୍ତ ଦଳ କୁ ୮୮ ହଜାର ୮୮୮ ଟଙ୍କା ଓ ମେନ ଅଫ ଦି ସିରିଜ ଖେଳାଳୀ କୁ ୧୫୫୫୫ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ। ଯେଉଁ ଦର୍ଶକ ଷ୍ଟାଡିୟମ କୁ ଆସି ଖେଳ ଦେଖିବାରେ ବଂଚିତ ହେବେ ସେଥି ନେଇ ମୋବାଇଲ୍ ରେ ଖେଳ ର ୪ କେ ରେ ଲାଇଭ ପ୍ରସାରଣ କରାଯିବ ବୋଲି ଶ୍ରୀ ଦାସ ସୁଚନା ପ୍ରଦାନ ପ୍ରଦାନ କରିଛନ୍ତି।