March 9, 2026

ସମ୍ୱଲପୁର ଜିଲ୍ଲାରେ ୨୬ ତାରିଖ ୧୨ ଘଣ୍ଟା ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ

IMG-20240925-WA0033
Share

 

 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ ): ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ ଲିମିଟେଡ (ଓ.ଏଚ୍.ପି.ସି) ପକ୍ଷରୁ ୧୩୨/୩୩ କେ.ଭି. ଚିପିଲିମା ୟୁନିଟର ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ସମ୍ୱଲପୁର ଜିଲ୍ଲା ଅନ୍ତର୍ଗତ ହୁମା, ଧମା, ଚିପିଲିମା, ବସନ୍ତପୁର, ସହାସପୁର, ହାତୀବାରୀ, ଜୁଜୋମୁରା, ଗୁଣ୍ଡେରପୁର, ଗୋଶାଳା, ଗୋଡ଼ଭଗା ଓ ଝରେଇପାଲି ଆଦି ଅଞ୍ଚଳ ଏବଂ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୨୬ ତାରିଖ (ଗୁରୁବାର) ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ।ଏହି ରକ୍ଷଣାବେକ୍ଷଣ କାର୍ଯ୍ୟ ସ୍ଥିର, ନିରବଚ୍ଛିନ୍ନ ତଥା ଗୁଣାତ୍ମକ ବିଦ୍ୟୁତ୍ ସେବା ପାଇଁ ଅତ୍ୟନ୍ତ ଜରୁରୀ ଅଟେ।ତେଣୁ ସାମୟିକ ସମୟ ପାଇଁ ବିଦ୍ୟୁତ୍ ସେବା ବ୍ୟାହତ ହେବା ଲାଗି ଟିପିଡବ୍ଲ୍ୟୁଓଡିଏଲ୍ କତୃପକ୍ଷ ଦୁଃଖ ପ୍ରକାଶ କରିବା ସହ ଉକ୍ତ ଅଞ୍ଚଳର ବିଦ୍ୟୁତ୍ ଗ୍ରାହକ ତଥା ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି।