ବିଶ୍ୱ ମହିଳା ଦିବସ ରେ ତଳଜଙ୍ଘ ଗ୍ରାମରେ ହଜାର ରୁ ଅଧିକ ମହିଳା ଏବଂ ଶତାଧିକ ପୁରୁଷଙ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ
ଗତକାଲି ବିଶ୍ୱ ମହିଳା ଦିବସ ଉପଲକ୍ଷେ ପ୍ରଥମ ଥରପାଇଁ ପୁରୀସଦର ତଳଜଙ୍ଘ ଗ୍ରାମରେ ଅବସରପ୍ରାପ୍ତ ବି ଏସ ଏଫ ଯବାନ ଶିବାଜେନାଙ୍କ ପ୍ରଚେଷ୍ଟାରେ ପ୍ରଥମ ଥର ପାଇଁ ଏକ ସ୍ୱାସ୍ଥ୍ୟ ଶିବିର ହେଲପେ୍ଜ ଇନ ଇଣ୍ଡିଆ ପକ୍ଷରୁ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଥିଲା l ଏହି ସ୍ୱାସ୍ଥ୍ୟ ଶିବିର ରେ ତଳଜଙ୍ଘ ଗ୍ରାମପଞ୍ଚାୟତ ର ପାଞ୍ଚଶହ ରୁ ଉର୍ଦ୍ଧ ମହିଳା ଚାରିଶହ ରୁ ଉର୍ଦ୍ଧ ପୁରୁଷ ଏହି ସ୍ୱାସ୍ଥ୍ୟଶିବିରରେ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ନେଇଥିଲେ l ଏହି କାର୍ଯ୍ୟକ୍ରମ କୁ ଶିବ ଜେନା ଙ୍କ ସଭାପତିତ୍ୱ ରେ ମୁଖ୍ୟଅତିଥିଭାବେ ଦିବେଲ ର ଅଧକ୍ଷ ସିଦ୍ଧାର୍ଥ କୁମାର, ସମାଜସେବୀ ସଞ୍ଜୟ କୁମାର,ହେଲପେ୍ଜ ଇନ ଇନ ଇଣ୍ଡିଆ ର ପ୍ରୋଜେକ୍ଟ ଅଫିସର ଶୈଲେଶ ଚନ୍ଦ୍ର ନାଗ, ଡାକ୍ତର କେ ହରିପ୍ରସାଦ ପାତ୍ର, ସୁକାନ୍ତ କୁମାର, ଡାକ୍ତର ସୋନାଲି ସୁରଜିତା ବେଉରା,ଡାକ୍ତର ସ୍ନେହାମୟୀ ସ୍ୱାଇଁ, ସାମ୍ବାଦିକ ତଥା ସମାଜସେବୀ ରମେଶ ସାହୁଙ୍କ ସହିତ ତଳଜଙ୍ଘ ଗ୍ରାମପଞ୍ଚାୟତ ର ସମସ୍ତ ୱାର୍ଡ ର ଜନସାଧାରଣ ଅତିଥିଭାବେ ଯୋଗଦାନ କରିଥିଲେ l ଏହି ସ୍ୱାସ୍ଥ୍ୟସେବା ସହିତ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା l ଏହି ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ଦିବେଲ ର ଅଧକ୍ଷ ସିଦ୍ଧାର୍ଥ କୁମାର ସିଲ, ମାନପତ୍ର, ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ l ଏହି କାର୍ଯ୍ୟକ୍ରମ ପରିଚାଳନା ରେ ଶିବ ଜେନାଙ୍କ ସହିତ ତଳଜଙ୍ଘ ଗ୍ରାମପଞ୍ଚାୟତ ର ସମସ୍ତ ଯୁବ ସଦସ୍ୟ ସହଯୋଗ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
