September 29, 2026

କୁଜଙ୍ଗ ବ୍ଳକରେ ସାମ୍ୱାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ……

IMG-20240925-WA0035
Share

 

କୁଜଙ୍ଗ:ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ କୁଜଙ୍ଗ ବନ ବିଭାଗ ଡ଼ାକ ବଙ୍ଗଳା ପରିସରରେ ଆଜି ଅଲ ଓଡ଼ିଶା ସାମ୍ୱାଦିକ ସଙ୍ଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଅଲ ଓଡ଼ିଶା ସାମ୍ୱାଦିକ ସଙ୍ଘର ରାଜ୍ୟ ଓ ଜିଲ୍ଲାରୁ ଆସିଥିବା ବରିଷ୍ଠ ସାମ୍ୱାଦିକ ସରୋଜ କୁମାର ନାୟକ,ଜ୍ୟୋତି ରଞ୍ଜନ ପରିଡ଼ା,ତପନ ରାଉତରାୟ,ବିକାଶ ସ୍ବାଇଁ,ଜାମେଶ ଗୋଛାୟତ ପ୍ରମୁଖ ଉପସ୍ଥିତ ଥିବା ବେଳେ କୁଜଙ୍ଗ ବ୍ଲକ ଶାଖା ପାଇଁ ସଭାପତି ରୂପେ ଅଭିନାଶ ରାଉତ,ସମ୍ପାଦକ ରୂପେ ସନ୍ତୋଷ କୁମାର ମଲ୍ଲଙ୍କୁ ମନୋନୀତ କରାଯାଇଥିଲା।ଏହି ବୈଠକରେ ପ୍ରଳୟ ମହାପାତ୍ର,ଦେବାଶିଷ ପାଣି,ରାକେଶ ସୂତାର,ପ୍ରସାଦ ସାହାଣୀ,ରଶ୍ମୀ ରଞ୍ଜନ ଦାସ,ସୁବ୍ରତ ମଲ୍ଲିକ,ପ୍ରମୋଦ ମଲ୍ଲିକ ପ୍ରମୁଖ ସାମ୍ୱାଦିକ ଉପସ୍ଥିତ ଥିଲେ।ତେବେ ସାମ୍ୱାଦିକ ମାନଙ୍କର ସାମାଜିକ ଓ ଅର୍ଥନୈତିକ ସୁରକ୍ଷା ପାଇଁ ସଙ୍ଘ ଆଗାମୀ ଦିନରେ କିପରି ବଜାୟ ରଖିବ ସେ ଦିଗରେ ବିସ୍ତ୍ରୁତ ଭାବେ ଆଲୋଚନା କରାଯାଇଥିଲା। ଏଥିସହିତ କୁଜଙ୍ଗ ଅଞ୍ଚଳର ସେବା ନିବୃତ ସାମ୍ବାଦିକ ମାନଙ୍କୁ ଚିହ୍ନଟ କରି ସେମାନଙ୍କ ଅର୍ଥନୈତିକ ସୁରକ୍ଷା ଦାବି କରିବା ପାଇଁ ନିଷ୍ପତ୍ତି କରାଗଲା।ଏହି ବୈଠକକୁ ପ୍ରସାଦ ସାହାଣୀ ଓ ରାକେଶ ସୂତାର ସଂଯୋଜନା କରିଥିଲେ।

You may have missed