September 28, 2026

ଅମସ୍ତଲାରେ ୩୦ତ’ମ ଜୟ ଜଗନ୍ନାଥ ଫୁଟବଲ ଟୁର୍ଣ୍ଣାମେଣ୍ଟ- ୨୦୨୬ ଉଦଯାପିତ 

IMG-20260928-WA0063
Share

 

ବରଗଡ,

 

 

ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଅମସ୍ତଲାରେ ୨୬ ଓ ୨୭ ସେପ୍ଟେମ୍ବର ଦୁଇଦିନ ଧରି ଲରମ୍ଭା କଲେଜ ଖେଳ ପଡିଆ ଠାରେ ୩୦ତ’ମ ଜୟ ଜଗନ୍ନାଥ ଫୁଟବଲ ଟୁର୍ଣ୍ଣାମେଣ୍ଟର ଅନୁଷ୍ଠିତ ହୋଇଯାଇଅଛି |ଫାଇନାଲରେ ମହାବୀର ଏଫ୍‌ସି କୁଚିଣ୍ଡା ୧-୦ ଗୋଲରେ ଜୟ ଭାରତ ସ୍ପୋର୍ଟିଂ ବରଗଡ଼କୁ ପରାସ୍ତ କରି ଚାମ୍ପିଅନ ହୋଇଅଛି। ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଯଥା ବକ୍ସର (ବିହାର), ମହାବୀର ଏଫ୍‌ସି କୁଚିଣ୍ଡା, ବିଏଫ୍‌ସି କୁଚିଣ୍ଡା, ସମ୍ବଲପୁର ଏଫ୍‌ସି, ଜୟ ଭାରତ ସ୍ପୋର୍ଟିଂ ବରଗଡ଼, କୋରାପୁଟ ଏଫ୍‌ସି, ଗିରେଲଡୁଙ୍ଗ୍ରି ସୁନ୍ଦରଗଡ଼ ଓ ଖୋର୍ଧା ଏଫ୍‌ସି ଅଂଶଗ୍ରହଣ କରିଥିଲେ। ବିଭିନ୍ନ ରାଜ୍ୟ ସମେତ ବାହାର ଦେଶର ଖେଳାଳିମାନେ ମଧ୍ୟ ଯୋଗଦେଇ ନିଜର କ୍ରୀଡ଼ା ଦକ୍ଷତା ପ୍ରଦର୍ଶନ କରିଥିଲେ। ପ୍ରଥମ ଦିନରେ ବକ୍ସର, ମହାବୀର ଏଫ୍‌ସି କୁଚିଣ୍ଡା, ବିଏଫ୍‌ସି କୁଚିଣ୍ଡା ଓ ସମ୍ବଲପୁର ଏଫ୍‌ସି ମଧ୍ୟରୁ ମହାବୀର ଏଫ୍‌ସି କୁଚିଣ୍ଡା ବିଜୟୀ ହୋଇଥିଲା। ଦ୍ୱିତୀୟ ଦିନରେ ଜୟ ଭାରତ ସ୍ପୋର୍ଟିଂ ବରଗଡ଼, କୋରାପୁଟ ଏଫ୍‌ସି, ଗିରେଲଡୁଙ୍ଗ୍ରି ସୁନ୍ଦରଗଡ଼ ଓ ଖୋର୍ଧା ଏଫ୍‌ସି ମଧ୍ୟରୁ ଜୟ ଭାରତ ସ୍ପୋର୍ଟିଂ ବରଗଡ଼ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଥିଲା। ଟୁର୍ଣ୍ଣାମେଣ୍ଟକୁ ଲରମ୍ଭା କଲେଜ ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ମହାନ୍ତି ଓ କାଦୋବହାଲ ମଣ୍ଡଳ ବିଜେପି ସଭାପତି ଶ୍ରୀ କୃଷ୍ଣଚନ୍ଦ୍ର ସାଥୁଆ ଉଦ୍‌ଘାଟନ କରିଥିଲେ। ଚାମ୍ପିଅନ ଦଳକୁ ୧ ଲକ୍ଷ ୫୦ ହଜାର ଟଙ୍କା ଓ ରନର୍ସଅପ୍ ଦଳକୁ ୧ ଲକ୍ଷ ଟଙ୍କା ପୁରସ୍କାର ଦିଆଯାଇଥିଲା। ଉଦଯାପନୀ ସମାରୋହରେ ଅତାବିରା ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ ମୁଖ୍ୟ ଅତିଥି, ଡ. ଅରୂପାନନ୍ଦ ସାହୁ, ବିଜେପି ଜିଲ୍ଳା ସଭାପତି, ଶ୍ରୀ ନରେଶ ଶର୍ମା, ବିଜେପି ଜିଲ୍ଳା ସମ୍ପାଦକ ଓ ଶ୍ରୀ ମଧୁସୂଦନ ଶର୍ମା, ଅତାବିରା ଏନ. ଏ. ସି ପ୍ରଭାରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।। ସଭାପତି ଶ୍ରୀ ସଚିନ ମହାକୁର ଓ ସମ୍ପାଦକ ଶ୍ରୀ ସୁବଳ ହାତୀଙ୍କ ନେତୃତ୍ୱରେ ଆୟୋଜକ କମିଟିର ସଦସ୍ୟମାନଙ୍କ ଅକ୍ଲାନ୍ତ ପରିଶ୍ରମରେ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ସମାପ୍ତ ହୋଇଥିଲା। ବି�

You may have missed