ରାଜଯୋଗିନୀ ଦାଦୀ ପ୍ରକାଶମଣିଙ୍କ ୧୮ ତମ ପୁଣ୍ୟ ସ୍ମୃତିରେ ଆଧ୍ୟାତ୍ମିକ ସଭା ଅନୁଷ୍ଠିତ

ଖୋରଧା –(ପ୍ରିୟଙ୍କା ମହାପାତ୍ର)- ଖୋରଧା ସହରର ଗୋଡ଼ି ପୋଖରୀ ସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ସେବାକେନ୍ଦ୍ର ପରିସରରେ ମୁଖ୍ୟ ସଂଚାଳିକା ବ୍ରହ୍ମା କୁମାରୀ ଅନୁରାଧା ଭଉଣୀଙ୍କ ସଭାପତିତ୍ବରେ ଏକ ଆଧ୍ୟାତ୍ମିକ ସଭା ଅନୁଷ୍ଠିତ ହୋଇଥିଲା। ଅତିଥି ଭାବରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମସ୍)ନୂଆଦିଲ୍ଲୀ ର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ କୁମାର ମହାପାତ୍ର, ଅବସରପ୍ରାପ୍ତ ଜିଲ୍ଲାପାଳ ଦେବରାଜ ସେନାପତି, ଆସୋସିଏଟ ପ୍ରଫେସର୍ ଡ଼ଃ ସ୍ନେହଲତା ମଲ୍ଲିକ, ପ୍ରାକ୍ତନ ପ୍ରାଧ୍ୟାପକ ଗୋପାଳ କୃଷ୍ଣ ଦାସ,ଖୋର୍ଦ୍ଧା ଆଇନ୍ ମହାବିଦ୍ୟାଳୟ ର ସମ୍ପାଦକ ସୁଧିର କୁମାର ମାନସିଂହ ଯୋଗଦାନ କରି ଏହି ସଂସ୍ଥାର ମୁଖ୍ୟାଳୟ, ମାଉଣ୍ଟ ଆବୁରେ ନିବାସ କରି ଦେଶ ବିଦେଶରେ ଈଶ୍ୱରୀୟ ଜ୍ଞାନର ପ୍ରଚାର ପ୍ରସାର କରିଥିବା ପୂର୍ବ ମୁଖ୍ୟ ପ୍ରଶାସିକା ରାଜଯୋଗିନୀ ଦାଦୀ ପ୍ରକାଶମଣିଙ୍କର ୧୮ ତମ ପୁଣ୍ୟ ତିଥି ଉପଲକ୍ଷେ ଦାଦୀଜିଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଡାକ୍ତର ଅଶୋକ କୁମାର ମହାପାତ୍ର ନିରୋଗୀ ରହିବାର ଖାଦ୍ୟ ସଂଯମତା ଓ ବିଭିନ୍ନ ଉପଚାରମାନ ସମ୍ପର୍କ ରେ କହିଥିଲେ। ଶ୍ରୀଯୁକ୍ତ ସେନାପତି ଗୀତା ଓ ରାମାୟଣର ଆଧ୍ୟାତ୍ମିକ ରହସ୍ୟ ବିଷୟ ରେ ବିସ୍ତୃତ ଭାବରେ କହିଥିଲେ lବିଭିନ୍ନ ଗ୍ରାମରେ ଥିବା ବ୍ରହ୍ମା କୁମାରୀ ପାଠାଶାଳାରୁ ୫୦୦ ଭାଇ ଓ ଭଉଣୀ ଏଥିରେ ଯୋଗଦାନ କରି ଦାଦୀଜୀ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ବ୍ରହ୍ମା କୁମାର ଜୟକୃଷ୍ଣ ଭାଇ ଦାଦୀଜିଙ୍କର ଜୀବନ କାହାଣୀ, ତ୍ୟାଗ, ତପସ୍ୟା ଓ ସେବାର ଗୁଣଗାନ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ ଏବଂ ଧନ୍ୟବାଦ୍ ଅର୍ପଣ କରିଥିଲେ। ବ୍ରହ୍ମା କୁମାରୀ ରଶ୍ମି ଭଉଣୀ ଓ କଳ୍ପନା ଭଉଣୀ ଏଥିରେ ସହଯୋଗ କରିଥିଲେ।
