March 12, 2026

ସାମ୍ବାଦିକତା ପେସା ନୁହେଁ, ସେବା କରିବାର ନିଆରା ସୁଯୋଗ l

IMG-20250825-WA0001
Share

 

ଗତକାଲି ସନ୍ଧ୍ୟାରେ ସାମ୍ବାଦିକ ପ୍ରଫୁଲ ଚନ୍ଦ୍ର ମହାନ୍ତିଙ୍କ ୩୦ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ବଡଦାଣ୍ଡ ସ୍ଥିତ ପୁରୀ ସେବାସଦନ ପରିସରରେ ମହାଡ଼ମ୍ବରରେ ପାଳନ କରାଯାଇଥିଲା l ସାମ୍ବାଦିକ ପ୍ରଫୁଲ ଚନ୍ଦ୍ର ମହାନ୍ତି କର୍ତ୍ତବ୍ୟନିଷ୍ଠ ଏବଂ ନିର୍ଭିକ ବ୍ୟକ୍ତିତ୍ୱ ଥିଲେ l ବର୍ତ୍ତମାନର ଯୁବ ସାମ୍ବାଦିକମାନେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ମୁଖ୍ୟଅତିଥି ପ୍ରାକ୍ତନ ପୋଲିସ ଅତିରିକ୍ତ ମହାନିର୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ପରାମର୍ଶ ଦେଇଥିଲେ l ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ମହାନ୍ତିଙ୍କ ଶ୍ରାଦ୍ଧବାର୍ଷିକ ର ଅନୁଷ୍ଠାନ ର ସଭାପତି ତଥା ଶ୍ରୀଯୁକ୍ତ ମହାନ୍ତିଙ୍କ ସୁପୁତ୍ର ଶିକ୍ଷାବିତ୍ ହିମାଂଶୁ ଶେଖର ମହାନ୍ତିଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଉପାଧ୍ୟାୟ କହିଥିଲେ ଯେ ” ସାମ୍ବାଦିକତା ଏକ ପେସା ନୁହେଁ, ଲୋକଙ୍କ ସେବା କରିବାର ଏହା ଏକ ସୁଯୋଗ ” ବୋଲି କହିଥିଲେ l ଶିକ୍ଷାବିତ ବିମଳ ପ୍ରସାଦ ମହାନ୍ତି, ପ୍ରାକ୍ତନ ପ୍ରଶାସକ ପଦ୍ମନାଭ ପଣ୍ଡା, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ଼ଃ. ଶ୍ରୀନିବାସ ଆଚାର୍ଯ୍ୟ ଏବଂ ସତ୍ୟନାରାୟଣ ଦାଶ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ l ସାମ୍ବାଦିକ ପ୍ରଦ୍ୟୁମ୍ନ ସାଥୁଆ ଓ ଜଗନ୍ନାଥ ବସ୍ତିଆଙ୍କୁ ସମ୍ମାନିତ କରାଯାଇଥିଲା l ଡ଼ଃ ବାସନ୍ତୀ ଦେବୀଙ୍କ ପୁସ୍ତକ ” ସ୍ମରଣିୟେଷୁ ” ମଞ୍ଚାସିନ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା l ଅନୁଷ୍ଠାନର ସମ୍ପାଦକ ରବିନ୍ଦ୍ରନାଥ ସେନାପତି, ସହସମ୍ପାଦକ ସୌମେନ୍ଦ୍ର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ୭୯ତମ ସ୍ୱାଧୀନତା ଦିବସରେ ପ୍ୟାରେଡ଼ରେ ଅଂଶଗ୍ରହଣ କରିଥିବା ସ୍ବେଛାସେବୀମାନଙ୍କୁ ସମ୍ବୋର୍ଦ୍ଧିତ କରାଯାଇଥିଲା l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l