April 30, 2026

କୋଟପାଡ଼ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ରେ ଶିକ୍ଷକ ଶିକ୍ଷୟତ୍ରୀ ଓ ଅବିଭାବକ ବୈଠକରେ ଅସନ୍ତୋଷ

IMG-20250825-WA0007
Share

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ଜାତୀୟ ରାଜ ପଥ କଡ଼ ରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟଳୟ ପରିସର ରେ ରବିବାର ଶିକ୍ଷୟତ୍ରୀଶିକ୍ଷକ ଓ ଅବିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି. ବାରମ୍ବାର ଲିଖିତ ଅଭିଯୋଗ କରିବା ପରେ ସ୍ଥାନୀୟ ବିଧାୟକ. ଜ଼ିଲ୍ଲା ଏବଂ ବ୍ଲକ ମଙ୍ଗଳ ଅଧିକାରୀ ତଦାରଖ କରିଥିଲେ କିନ୍ତୁ ପଦ କ୍ଷେପ ଶୂନ ବୋଲି ବୈଠକ ରେ ଅସନ୍ତୋଷ ଦେଖା ଦେଇଥିବା ଜଣାଯାଇଛି. ଗତ ସପ୍ତାହ ରେ ଦିନ ଦୁଇଟା ରେ ପିଲା ନିଜେ ପୁରୀ ତରକାରୀ କରି ଖାଇଥିଲେ. ସେହି ଦିନ ଚାରି ଟା ସମୟ ରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା. ବିଦ୍ୟାଳୟ ରେ ସିସି କ୍ୟାମେରା ବର୍ତ୍ତମାନ ସୁଦ୍ଧା ଲଗା ଯାଇନାହିଁ.ଅବିଭାବକ ଙ୍କ କୌଣସି କଥା କୁ ସ୍କୁଲ କତ୍ରୁପକ୍ଷ ଗୁରୁତ୍ୱ ଦେଉ ନାହାନ୍ତି.ଜନପ୍ରତିନିଧି ଓ ଅଫିସର ଙ୍କ ଗସ୍ତ ପରେ ମଧ୍ୟ ପ୍ରିନସିପାଲ ଙ୍କ ର କୌଣସି ପରିଵର୍ତ୍ତନ ଦେଖା ଦେଇ ନାହିଁIପିଲାଙ୍କ ପିଛା ମେସ ଖର୍ଚ୍ଚ. ୟୁନିଫର୍ମ.ଟେକଷ୍ଟ ଵୁକ୍. ଟୋଏଲେଟ ଆଇଟମ ସହ ସ୍କୁଲ ବେଗ. ସିବିଏସି ଫି. ମେଡିକାଲ,ଷ୍ଟେସିନାରି ଇତ୍ୟାଦି ମୋଟ 34ହଜାର 971ଟଙ୍କା ସରକାର ବାର୍ଷିକ ଖର୍ଚ୍ଚ ଯୋଗାଇ ଦେଉଛନ୍ତି କିନ୍ତୁ ଏହାର ଅନିୟମିତତା ଦେଖା ଦେଇଛି.ଦୁଇ ତିନିଜଣ ଅବିଭାବକ ଙ୍କୁ ପ୍ରିନସିପାଲ ନିଜର କରି ପିଲାଙ୍କ ଭବିଷ୍ୟତ କୁ ଅନ୍ଧାର କୁ ଠେଲି ଦବାକୁ ଚେଷ୍ଟା କରୁଥିବା ଅନୁମାନ କରାଯାଉଛି. ଏ ନେଇ ବ୍ଲକ ମଙ୍ଗଳ ଅଧିକାରୀ ଆକାଶ କୁମାର ଜେନାଙ୍କୁ ଯୋଗାଯୋଗ କରିବାରୁ ତଦନ୍ତ ରିପୋର୍ଟ ପ୍ରସ୍ତୁତ ଚାଲିଛି ବୋଲି ଗଣ ମାଧ୍ୟମ କୁ ସୂଚନା ଦେଇଥିବା ଜଣାଯାଇଛି.କଂଗା ଓ ପୁଙ୍ଗାର ସ୍କୁଲ ରେ ମଧ୍ୟ ଏହି ସମାନ ସ୍ଥିତି ତେଣୁ ଜ଼ିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଜନସାଧାରଣ ରେ ଦାବି ହେଉଅଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର