April 30, 2026

ଭାରତୀୟ ଜନତା ପାର୍ଟିର ପୁରୀ ଜ଼ିଲ୍ଲା ର ସଦସ୍ୟତା ଅଭିଯାନ କର୍ମଶାଳା ୨୦୨୪ ଅନୁଷ୍ଠିତ ହୋଇଯାଇଛି l

IMG-20240825-WA0007
Share

ଭାରତୀୟ ଜନତା ପାର୍ଟିର ପୁରୀ ଜ଼ିଲ୍ଲା ର ସଦସ୍ୟତା ଅଭିଯାନ କର୍ମଶାଳା ୨୦୨୪ ଅନୁଷ୍ଠିତ ହୋଇଯାଇଛି l ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନୟକ, ଜିଲ୍ଲା ସଭାପତି ଓ ମାନ୍ୟବର ବିଧାୟକ, ପିପିଲି, ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା | ଏହି କର୍ମଶାଳାରେ, ଡ଼. ଦେବେନ୍ଦ୍ରନାଥ ତରାଇ ଜ଼ିଲ୍ଲା କାର୍ଯ୍ୟକାରୀ ସଭାପତି ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ, ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ, ପ୍ରଶିକ୍ଷକ ଓ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ, ସଦସ୍ୟତା ଅଭିଯାନ ଓଡିଶା ସଂଯୋଜକ ଶ୍ରୀ ରଞ୍ଜନ କୁମାର ପଟେଲ କାର୍ଯ୍ୟକର୍ତା ଙ୍କ ମାର୍ଗ ଦର୍ଶନ କରିଥିଲେ, ଏବଂ ମାନନିୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ଉପସଭାପତି, ଶ୍ରୀଯୁକ୍ତ ଓମଂ ପ୍ରକାଶ ମିଶ୍ର, ମାନ୍ୟବର ବିଧାୟକ, ସତ୍ୟବାଦୀ, ଶ୍ରୀମତୀ ଉପାସନା ମହାପାତ୍ର, ମାନ୍ୟବର ବିଧାୟିକା, ବ୍ରହ୍ମଗିରି, ସମ୍ମାନନୀୟ ଅତିଥି ରୂପେ ଉଦ୍ବୋଧନ ଦେଇଥିଲେ ଓ ସଦସ୍ୟତା ରୁ ସଂଗଠନ ର ମନ୍ତ୍ର ଦେଇଥିଲେ | ପୁରୀ ଜ଼ିଲ୍ଲା ରେ ସଦସ୍ୟତା ଅଭିଯାନ ର ଦାଇତ୍ୱ ରେ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ ପୂର୍ବତନ ବିଧାୟକ ପୁରୀ, ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ ପୂର୍ବତନ ମନ୍ତ୍ରୀ, ଶ୍ରୀଯୁକ୍ତ ସୁରେନ୍ଦ୍ର ନାଥ ସେଠି ପୂର୍ବତନ ବିଧାୟକ, ଶ୍ରୀଯୁକ୍ତ ପ୍ରଭଞ୍ଜନ ମହାପାତ୍ର ପୂର୍ବତନ ଜ଼ିଲ୍ଲା ସଭାପତି, ଶ୍ରୀଯୁକ୍ତ ଶଙ୍କର୍ଷଣ ପରିଡା ପୂର୍ବତନ ଜ଼ିଲ୍ଲା ପରିଷଦ ଅଧକ୍ଷ, ଶ୍ରୀଯୁକ୍ତ ମଧୁସୂଦନ ସିଂହାରୀ ଜାତୀୟ ସଦସ୍ୟ ମଧ୍ୟ ଯୋଗ ଦେଇଥିଲେ | ମଂଚ କୁ ନିମନ୍ତ୍ରଣ ଏବଂ ପରିଚାଳନା କରିଥିଲେ ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନୟକ, ଜିଲ୍ଲା ସଭାପତି ଓ ମାନ୍ୟବର ବିଧାୟକ, ପିପିଲି, ଙ୍କ ନେତୃତ୍ୱରେ ଶ୍ରୀଯୁକ୍ତ ଉମାକାନ୍ତ ନାୟକ , ମଣ୍ଡଳ ସମ୍ବନ୍ଧୀୟ ଦାଇତ୍ୱ ଘୋଷଣା କରିଥିଲେ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସ୍ୱାଇଁ, ଅନ୍ୟତମ ସାଧାରଣ ସମ୍ପାଦକ, ଶ୍ରୀଯୁକ୍ତ ବାଇଧର ମଲ୍ଲିକ, ପୂର୍ବତନ ବିଧାୟକ ସମାପନ ଅଭିଭାଷଣ ରଖିଥିଲେ | ଏହି କାର୍ଯ୍ୟକ୍ରମ ରେ ଶ୍ରୀ ପଟେଲ, ପୁରୀ ଜ଼ିଲ୍ଲା ରେ ବୁଥ ସ୍ତର ରେ ସ୍ଥାଇ ସଦସ୍ୟତା ଏବଂ ସଦସ୍ୟତା ଅଭିଯାନ କୁ ସଫଳ କରିବା ନିମନ୍ତେ ଦେବା ଦୁର୍ଲଭ କାର୍ଯ୍ୟକର୍ତା ଓ ଜ଼ିଲ୍ଲା ପଦାଧିକାରୀ ମାନଙ୍କୁ ପ୍ରେରିତ କରିଥିଲେ | ଏହି କର୍ମଶାଳାରେ ସମସ୍ତ ଜ଼ିଲ୍ଲା ପଦାଧିକାରୀ, ସମସ୍ତ ମୋର୍ଚା ସଭାପତି ଓ ମୋର୍ଚା ର ସାଧାରଣ ସମ୍ପାଦକ, ମଣ୍ଡଳ ସଭାପତି ଓ ସାଧାରଣ ସମ୍ପାଦକ, ମଣ୍ଡଳ ର ୪ ଜଣିଆ ସଦସ୍ୟତା ଅଭିଯାନ ଟୋଲୀ , ଜ଼ିଲ୍ଲାରେ ପରିଷଦ ସଭ୍ୟ, ସରପଂଚ ଓ ସମିତି ସଭ୍ୟ ଓ ବିଧାନସଭା ର ସମସ୍ତ ପ୍ରମୁଖ କାର୍ଯ୍ୟକର୍ତା ଭାଗ ନେଇ ଏହି କର୍ମଶାଳା କୁ ସାଫଲ୍ୟ ମଣ୍ଡିତ କରିଥିଲେ |

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed