March 12, 2026

ପାରଳାଖେମୁଣ୍ଡି ଠାରେ କୃଷି ସଚେତନତା ରଥକୁ ଶୁଭ ଉଦଘାଟନ କଲେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ

IMG-20230825-WA0008
Share

ପାରଳାଖେମୁଣ୍ଡି ଠାରେ କୃଷି ସଚେତନତା ରଥକୁ ଶୁଭ ଉଦଘାଟନ କଲେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ

ପାରଳାଖେମୁଣ୍ଡି:୨୫/୮(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କଲେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଇରେନିୟସ ପ୍ରଧାନ। ଖରିଫ ଋତୁରେ ଉଚ୍ଚ ମଧ୍ୟମ ଜମିରେ ଧାନ ପରିବର୍ତ୍ତେ ଅଣ ଧାନ ଫସଲ କରିବା ପାଇଁ ସରକାରଙ୍କ ଦ୍ବାରା ଫସଲ ବିବିଧି କରଣ ଯୋଜନା ବୃହତ ଉଠା ଜଳସେଚନ ଅଞ୍ଚଳରେ କାର୍ଯ୍ୟ କାରି କରାଯାଇଛି। ଚାଷୀଙ୍କୁ ସଚେତନ କରିବା ସକାଶେ ଗୁମ୍ମା ଓ କାଶୀନାଗର ବ୍ଳକରେ ଏହି ସଚେତନତା ରଥ ୫ ଦିନ ଧରି ବୁଲିବ ଏବଂ ଚାଷୀଙ୍କୁ ସଚେତନତା କରାଇବ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ କୃଷି ନିର୍ଦ୍ଦେଶକ ସୁରଜ କୁମାର ପାତ୍ର , ଗୋଷାଣୀ ବ୍ଳକ କୃଷି ଅଧିକାରୀ , ସହକାରୀ କୃଷି ଅଧିକାରୀ ଗୁମ୍ମା , ସହକାରୀ କୃଷି ଅଧିକାରୀ କାଶୀନଗର ପ୍ରମୁଖ ଉପସ୍ଥିତ ଥିବା ବେଳେ ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟର ସେକ୍ସସନ ଅଫିସର ଓ କ୍ଷେତ୍ର କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।