October 27, 2026
IMG-20260725-WA0024
Share

 

ତୁଳସୀ ରସିଆ ମୋ ଜଗା କାଳିଆ

ଲୋଭ ତ ତୁଳସୀ ଠାରେ

ଗଳାରେ ଶୋଭଇ ତୁଳସୀ ର ମାଳ

ଚହଟଇ ମଥାପରେ ||

ଲୋଡ଼ା ନାହିଁ ତୁମ ହୀରାନୀଳା ମୋତି

ତୁଳସୀ ପ୍ରେମରେ ମୋହ

କଳାଶ୍ରୀ ଅଙ୍ଗରେ ତୁଳସୀ ଧାରଣ

ତୁଳସୀ ତୁମର ପ୍ରିୟ ||

ଚନ୍ଦନ ପାଣିରେ ସ୍ନାନ କରି ନିତି

ତୁଳସୀ ରେ ହୁଅ ସଜ୍ଜା

ଆଖି ଲାଖି ଯାଏ ଦେଖି ତୁମ ରୂପ

ଆରେ ମୋ କାଳିଆ ରାଜା ||

କେତେବେଳେ ମନ କାହାକୁ ଦେଉଛ

କେବେ ରାଧା କେବେ ମୀରା

ତୁଳସୀ ବନରେ ମନ ହଜାଇଛ

ରହିଛ ତା ଦେହେ ପରା ||

ତୁଳସୀ ମୂଳରେ ଲୟ ଲଗାଇଲେ

ତୁମେ ପ୍ରଭୁ ଦିଶୁଥାଅ

ତୁଳସୀ ଦେବୀ ଙ୍କୁ ଅନ୍ତରେ ବସାଇ

କେତେ ସତେ ଭଲ ପାଅ ||

——————ସସ୍ମିତା ଭୋଳ

———-କୁଜଙ୍ଗ, ଜଗତସିଂହପୁର

You may have missed