ପୋଟଲାମପୁରରେ ବିଜେପିର ମିଶ୍ରଣ ପର୍ବ ସରପଞ୍ଚ ଓ ସମିତି ସଭ୍ୟାଙ୍କ ସମେତ ଅନ୍ୟଦଳର ବହୁକର୍ମୀ ମିଶିଲେ

IMG-20250525-WA0031
Share

ଛତ୍ରପୁର. ତା. ୨୫/୫/୨୫(ଅରୁଣ କୁମାର ପଣ୍ଡା )ଛତ୍ରପୁର ବ୍ଲକର ପୋଟଲାମପୁର ପଞ୍ଚାୟତରେ ବିଜେପିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ମିଶ୍ରଣ ପର୍ବରେ ପୋଟଲାମପୁର ପଞ୍ଚାୟତ ସରପଞ୍ଚ ନିରଞ୍ଜନ ପ୍ରଧାନ ଏବଂ ସମିତିସଭ୍ୟ ଶମ୍ଭୁନାଥ ସ୍ୱାଇଁଙ୍କ ସମେତ ବହୁ ବିଜେଡି, ନେତା ଓ କର୍ମୀ, ଯୁବ ସଂଗଠନ, ମହିଳା ସଙ୍ଘ, ୱାର୍ଡ ମେମ୍ବର ବିଜେପି ରେ ଯୋଗ ଦେଇଥିଲେ । ବିଜେପିର ନୀତି ଆଦର୍ଶ ଏବଂ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟଶୈଳୀ, ଲୋକପ୍ରିୟ ପ୍ରିୟ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିକାଶ ଓ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ଲୋକପ୍ରିୟତା ରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଥିବା ସେମାନେ କହିଛନ୍ତି। ଏହି ଅବସରରେ ପୋଟଲାମପୁର ସ୍ଥିତ ବାଣଲିଙ୍ଗେଶ୍ୱର ମନ୍ଦିର ଠାରେ ଏକ ବିଶାଳ ସଭା ଆୟୋଜିତ ହୋଇଥିଲା । ଏହି ମିଶ୍ରଣପର୍ବରେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା,ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ସମସ୍ତ ନବାଗତଙ୍କୁ ସ୍ଵାଗତ କରିବା ସହ ଦଳୀୟ ଉତ୍ତରୀୟ ସହ ପଦ୍ମଫୁଲ କୀରଟି ପିନ୍ଧାଇ ଥିଲେ। ଏହି ମିଶ୍ରଣ ପର୍ବରେ ମଣ୍ଡଳ ସଭାପତି ପଦ୍ମଚରଣ ପରିଡା ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ପଦ୍ମ ଚରଣ ସାହୁ, l ରାଜ୍ୟ ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ସନ୍ତୋଷ ମହାପାତ୍ର, ପୂର୍ବତନ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, ପ୍ରଦୀପ ପାଢ଼ୀ, ବସନ୍ତ ବେହେରା, ଧର୍ମାରେଡି, କୀର୍ତ୍ତନ ଦାସ, ବନୋଜ ନାହାକ ପ୍ରମୁଖ ଉପସ୍ଥିତ ଥିଲେ l

You may have missed