ଗୋରାପୁରର ୬ବର୍ଷର ନାବାଳିକା ଦୁଷ୍କର୍ମ ପୀଡିତା ଘରେ କଂଗ୍ରେସ ଫ୍ୟାକ୍ଟ ଫାଉଣ୍ଡିଂ ଟିମ l
ପୁରୀ ଜିଲ୍ଲା ବ୍ରହ୍ମଗିରି ସାତପଡ଼ା ଅଞ୍ଚଳ ଗୋରାପୁର ଗ୍ରାମର ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣାରେ ରାଜନୀତି ଜୋର୍ ଧରୁଛି। ପୁରୀ ଏସପି ପ୍ରତୀକ ସିଂହଙ୍କୁ ଭେଟି ଆଲୋଚନା କରିଛି କଂଗ୍ରେସ ଫ୍ୟାକ୍ଟ ଫାଉଣ୍ଡିଂ ଟିମ୍।କଂଗ୍ରେସ ଫ୍ୟାକ୍ଟ ଫାଉଣ୍ଡିଂ ଟିମ ର ଅଧକ୍ଷ ସତ୍ୟବ୍ରତ ପାତ୍ର (ରମୁ ପାତ୍ର )ଙ୍କ ଅଧକ୍ଷତାରେ ପୁରୀ ଏସପିଙ୍କୁ ଭେଟିଲା କଂଗ୍ରେସ ପ୍ରତିନିଧି ମଣ୍ଡଳୀ। ୨୧ ଜଣିଆ କଂଗ୍ରେସ ପ୍ରତିନିଧିମଣ୍ଡଳୀ ପୁରୀ ଏସପି ଙ୍କୁ ଭେଟିବା ପରେ ପୀଡ଼ିତାଙ୍କ ଗାଁକୁ ଯାଇ ଅଭିଯୁକ୍ତ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବୀ କରିଛି ଦଳ ।ସେହିପରି ନିୟମ ଅନୁଯାୟୀ ପୀଡ଼ିତାଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ମଧ୍ୟ ଦଳ ଦାବୀ କରିଛି। ନାବାଳିକାକୁ ଉଚ୍ଚିତ ନ୍ୟାୟ ନମିଳିଲା ପର୍ଯ୍ୟନ୍ତ ପୀଡିତା ପରିବାର କୁ ସୁରକ୍ଷା ଯୋଗାଇ ଦେବାପାଇଁ କଂଗ୍ରେସ ଦଳ ପକ୍ଷରୁ ଏସପିଙ୍କୁ ଦାବି ପ୍ରଦାନ କରାଯାଇଛି l ବ୍ରହ୍ମଗିରି ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହୋଇଥିବାବେଳେ ପ୍ରଥମେ ବାଲିହରଚଣ୍ଡୀ ପୀଠରେ ଗଣ ଦୁଷ୍କର୍ମ ଆଉ ଏବେ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ।ବ୍ରହ୍ମଗିରିରେ ପୋଲିସ ପାଟ୍ରୋଲିଂ କୁ କଡାକଡି କରାଯିବା ସହ ଭବିଷ୍ୟତରେ ଯେଭଳି ଏହିପରି ଘଟଣାର ପୁନରାବୃତ୍ତି ନ ହୁଏ ସେଥିପ୍ରତି ଉଭୟ ଜିଲ୍ଲା ପୋଲିସ ପ୍ରଶାସନ ସତର୍କ ରହିବାକୁ ଦଳ ଦାବୀ କରିଛି ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
