ବିଧାୟକ ନିଳମଣୀ ବିଷୋୟୀ ଙ୍କ କରକମଳ ରେ ସରକାରି ସହାୟତା ପ୍ରଦାନ
ବେଲଗୁଣ୍ଠା : ଆଜି ବେଲଗୁଣ୍ଠା ବ୍ଳକ ପରିସର ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ଠାରେ ମାନ୍ୟବର ସୋରଡା ବିଧାୟକ ଶ୍ରୀ ନିଳମଣୀ ବିଷୋୟୀ କରକମଳ ରେ ସରକାରି ଯୋଜନା ତଥା ଅନ୍ତ୍ୟେ।ଦୟଗୁହ ଯୋଜନା ର କାର୍ଯ୍ୟ ଦେଶ , ରାସନ କାର୍ଡ଼ ଓ ଭତା ପ୍ରଦାନ କରାଗଲା । ଏହି ଅବସରରେ ସୋରଡ଼ା ବିଧାୟକ ଶ୍ରୀ ନିଳମଣୀ ବିଷୋୟୀ, ବିଧାୟକ ପ୍ରତିନିଧି ଶ୍ରୀ ଜିତେନ୍ଦ୍ର କୁମାର ନାୟକ, ବେଲଗୁଣ୍ଠା ବ୍ଳକ ବିଡିଓ , ବେଲଗୁଣ୍ଠା ତହସିଲଦାର ବେଲଗୁଣ୍ଠା ବ୍ଳକ ଅଧ୍ୟକ୍ଷା ଙ୍କ ସମେତ ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀ ବିଧାୟକ ହିତାଧିକାରୀଙ୍କୁ ସମସ୍ତ ଯୋଜନା ବିଷୟ ରେ ବୁଝାଇବା ସହିତ କାର୍ଯ୍ୟ ଦେସ ଓ କାର୍ଡ ବଣ୍ଟନ କଲେ ।
