May 10, 2026

ଆତଙ୍କବାଦୀ ଆକ୍ରମଣରେ ମୃତ ପର୍ଯ୍ଯଟକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ କ୍ଯାଣ୍ଡେଲ ଶୋଭାଯାତ୍ରା 

IMG-20250425-WA0081
Share

ବୁଗୁଡା : ତା ୨୫/୦୪/୨୫ : ଜାମ୍ମୁ-କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖ ମଙ୍ଗଳବାର ଦିନ ପଡୋଶୀ ଦେଶ ପାକିସ୍ତାନର ପ୍ରୋତ୍ସାହନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ରୁ ଉର୍ଦ୍ଧ୍ବ ପର୍ଯ୍ୟଟକଙ୍କ ମୃତ୍ୟୁ ସାରା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ସେମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଆଜି ସନ୍ଧ୍ୟାରେ ସ୍ଥାନୀୟ ଓକିଲ ସଂଘ ପକ୍ଷରୁ ନୀରବ ପ୍ରାର୍ଥନା ସହ ଏକ କ୍ଯାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଓକିଲ ସଂଘ ସଭାପତି ଅମର କୁମାର ପଟ୍ଟନାୟକଙ୍କ ନେତୃତ୍ଵରେ ଆୟୋଜିତ ଉକ୍ତ ଶୋଭାଯାତ୍ରା ସ୍ଥାନୀୟ ବସଷ୍ଟାଣ୍ଡରୁ ବାହାରି ହାଇସ୍କୁଲ ଛକ ଓ ମଦନ ମୋହନ ଛକ ଦେଇ ବୁଦ୍ଧଖୋଲ ଛକ ପର୍ଯ୍ୟନ୍ତ ଯାଇଥିଲା। ଏ ଅବସରରେ ଆତଙ୍କବାଦୀଙ୍କ ବର୍ବରୋଚିତ ଆକ୍ରମଣର ଦୃଢ ନିନ୍ଦା ଓ ପ୍ରତିବାଦ କରାଯିବା ସହ ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା।