April 26, 2026

ଗଜପତି ଜିଲ୍ଲାରେ ପ୍ରବେଶ ଉତ୍ସବ’ ଓ ‘ଖଡ଼ିଛୁଆଁ’ ପାଇଁ ବ୍ୟାପକ ସଚେତନତା: ଅଭିଭାବକଙ୍କୁ ନିମନ୍ତ୍ରଣ କଲେ ଜିଲ୍ଲା ଶିକ୍ଷା ଓ ପ୍ରଶାସନିକ ଅଧିକାରୀ

IMG-20260325-WA0048
Share

ରାଜ୍ୟ ସରକାର’ଙ୍କ ‘ନିପୁଣ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାରା ରାଜ୍ୟରେ ଉତ୍ସାହ ଦେଖାଦେଇଛି।

ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ପକ୍ଷରୁ ମିଳିତ ଭାବେ ଏକ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଓ ମୁଖ୍ୟମନ୍ତ୍ରୀଙ୍କ ଆସିଥିବା ନିମନ୍ତ୍ରଣ ପତ୍ର ବଣ୍ଟନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ଅଭିଯାନ କାର୍ଯ୍ୟକ୍ରମ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନି ମାଝୀ , ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପୃଥ୍ଵିରାଜ ମଣ୍ଡଳ , ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ ମାୟାଧର ସାହୁ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସଲେମାନ ରାଇକା ପ୍ରମୁଖ ଅଧିକାରୀ ମାନେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହଯୋଗରେ ସହରର ବିଭିନ୍ନ ସ୍ଲମ ଅଞ୍ଚଳର ଘରକୁ ଘର ବୁଲି ପିଲାମାନଙ୍କୁ ଚକଲେଟ୍ ଓ ଫୁଲତୋଡା ଦେବା ସହ ସେମାନଙ୍କ ଅଭିଭାବକ ମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଆ ଯାଇଥିବା ନିମନ୍ତ୍ରଣ ପତ୍ର ପ୍ରଦାନ କରି ତାଙ୍କ ପିଲାକୁ ସରକାରୀ ବିଦ୍ୟାଳୟରେ ନାମ ଲେଖାଇବାକୁ କହିବା ସହ ନିଜ ପିଲାକୁ ସ୍କୁଲକୁ ନାମ ଲେଖାଇବାକୁ ଆଣିବା ବେଳେ ସଙ୍ଗରେ ପିଲାର ଆଧାର କାର୍ଡ , ପାସ ଫୋଟ ଏବଂ ଜନ୍ମ ପ୍ରମାଣ ପତ୍ର ଆଣିବା ପାଇଁ କହି ସଚେତନ କରାଇଥିଲେ।

ଆସନ୍ତା ୦୨.୦୪.୨୦୨୬ ରିଖରେ ସମସ୍ତ ବିଦ୍ୟାଳୟରେ ‘ଖଡ଼ିଛୁଆଁ ଓ ନାମଲେଖା ଦିବସ’ ପାଳନ କରାଯିବ। ଏହି ଦିନ ନୂତନ ଭାବେ ନାମ ଲେଖାଉଥିବା ପିଲାମାନଙ୍କୁ ପାରମ୍ପରିକ ରୀତିରେ ଫୁଲ ଓ ଚନ୍ଦନ ଦେଇ ସ୍ୱାଗତ କରାଯିବ। ଏଥିସହ ବିଦ୍ୟାଳୟ ପରିଚାଳନା କମିଟି , ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅଭିଭାବକମାନଙ୍କ ଉପସ୍ଥିତିରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ପଢ଼ି ଶୁଣାଯିବ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ , ଶିକ୍ଷକ ଶିକ୍ଷୟିତ୍ରୀ , ସି.ଆର.ସି.ସି., ସମଗ୍ର ଶିକ୍ଷା ସଂଯୋଜକ ଏବଂ ବିଦ୍ୟାଜୟ କମିଟିର ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ। ପିଲାମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ଓ ଗୁଣାତ୍ମକ ଶିକ୍ଷାର ମୂଳଦୁଆ ପକାଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ମୁଖ୍ୟତଃ ବିକଶିତ ଓଡ଼ିଶା ଗଠନ ପାଇଁ ଗୁଣାତ୍ମକ ଶିକ୍ଷାର ନିତାନ୍ତ ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂତନ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ଦେଶର ପ୍ରଥମ ରାଜ୍ୟ ଭାବେ ସମସ୍ତ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ଗତ ଶିକ୍ଷା ବର୍ଷ ଠାରୁ ଶିଶୁ ବାଟିକା ଆରମ୍ଭ କରିଛନ୍ତି । କୁନି କୁନି ପିଲାମାନଙ୍କ ପାଇଁ ଶିଶୁ ବାଟିକା ଆରମ୍ଭ କରାଯାଇଛି , ଯେଉଁଠି କି , ସେମାନଙ୍କ ଖୁସି , ଆନନ୍ଦ ଓ ସୁନ୍ଦର ଭବିଷ୍ୟତର ତାହା ଏକ ଏନ୍ତୁଡ଼ିଶାଳା ।

ଶିକ୍ଷା ବର୍ଷ ୨୦୨୬-୨୦୨୭ ପାଇଁ ସେପ୍ଟେମ୍ବର ୨୦୨୬ ସୁଦ୍ଧା ୫ ବର୍ଷରୁ ଅଧିକ ବୟସର ପିଲାମାନଙ୍କ ଶିଶୁ ବାଟିକା ଏବଂ ୬ ବର୍ଷରୁ ଅଧିକ ବୟସର ପିଲାମାନଙ୍କୁ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାର ବ୍ୟବସ୍ଥା କରାଯାଉଛି । ଏହି କ୍ରାଟେରିଆରେ ଆସୁଥିବା କୌଣସି ପିଲା ଯେଭଳି ସ୍କୁଲ ଯିବାରେ ବଞ୍ଚିତ ନ ହେବେ , ସେଥିପାଇଁ ଏହି ଅଭିଯାନର ମୁଖ୍ୟ ଆଭିମୁଖ୍ୟ ରହିଛି ବୋଲି ଏଡିଏମ: ଶ୍ରୀ ଫାଲଗୁନୀ ମାଝୀ କହିଛନ୍ତି ।

ଏହି କ୍ରମରେ ଆସନ୍ତା ଅପ୍ରେଲ ୨ ତାରିଖରେ “ପ୍ରବେଶ ଉତ୍ସବ ଏବଂ ଖଡିଛୁଆଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏଥିସହ “ଆସ ସ୍କୁଲ ଯିବା ଅଭିଯାନ”ରେ ବିଦ୍ୟାଳୟ ବାହାରେ ଥିବା ୫ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ଶିକ୍ଷା ବ୍ୟବସ୍ଥାରେ ସାମିଲ କରାଯାଉଛି ।

ଏହି ସଚେତନତା ଓ ନିମନ୍ତ୍ରଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଗାନ୍ଧୀ ସ୍ମୃତି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଏସ: ତିରୁପତି , ସି:ଆର:ସି:ସି:- ଶ୍ରୀ ଏମ: ଉମାପତି , ଏଚଏମ: ଶ୍ରୀ ଏମ: ରବି କୁମାର , ଡିପିଇଓ:- ଶ୍ରୀ ସୁରେନ୍ଦ୍ର ପାତ୍ର ଏବଂ ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରେମାନନ୍ଦ ପଟ୍ଟନାୟକ ଙ୍କ ସମେତ ବହୁ କ୍ରୀଡା ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ , ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସାମିଲ ଥିଲେ ।

———————————-+——-

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

—:—————————————–