April 26, 2026

କଳାହାଣ୍ଡିର ବିଭିନ୍ନ ଜଙ୍ଗଲରେ ଲାଗିଛି ନିଆଁ। ବନ ବିଭାଗର ମୁଣ୍ଡବିନ୍ଧା..

IMG-20260325-WA0046
Share

 

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଭବାନୀପାଟଣା ଉପଖଣ୍ଡର, ଭବାନୀପାଟଣା, କର୍ଲାମୁଣ୍ଡା, ନର୍ଲା, ମ. ରାମପୁର, ଥୁ. ରାମପୁର, କେସିଙ୍ଗା ତଥା ଲାଞ୍ଜିଗଡ ପ୍ରଭୃତି ୭ ଟି ବ୍ଲକ ସମ୍ପୂର୍ଣ ଘଞ୍ଚ ଜଙ୍ଗଲ ଓ ବଡ ବଡ ପାହାଡ଼ ପର୍ବତରେ ପରିପୂର୍ଣ୍ଣ ଥିବାବେଳେ, ଏହି ଜଙ୍ଗଲ ଗୁଡିକରେ ଶହ ଶହ ପ୍ରକାରର ବନ୍ୟ ଜନ୍ତୁ ଓ ବନ୍ୟ ପକ୍ଷୀଙ୍କ ବାସ ସ୍ଥାନ ଅଟେ। କିନ୍ତୁ ସରକାରଙ୍କ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ନୀତି ତଥା ଓଡିଶା ବନବିଭାଗକୁ ନିରସ୍ତ୍ର କରି ରଖିଥିବା ଯୋଗୁଁ, ଜଙ୍ଗଲ ଗୁଡିକରେ ଦୈନିକ ହଜାର ହଜାର ସଂଖ୍ୟାରେ ପୁରୁଣା ମୂଲ୍ୟବାନ ଗଛ ଗୁଡିକୁ କାଟି ଦିଆଯାଉଥିବାବେଳେ, ଜଙ୍ଗଲ ପର୍ବତ ମଧ୍ୟରେ ବସବାସ କରୁଥିବା ଅଧିବାସୀଙ୍କ ଦ୍ୱାରା ଆଦିମ ଯୁଗରୁ କରାଯାଇ ଆସୁଥିବା ପୋଡୁଚାଷ ପଦ୍ଧତି ଯୋଗୁଁ ବର୍ତ୍ତମାନ ସମଗ୍ର ଭବାନୀପାଟଣା ଉପଖଣ୍ଡର ପ୍ରାୟତଃ ସବୁ ଜଙ୍ଗଲରେ ମନୁଷ୍ୟକୃତ ନିଆଁ ଲାଗି ଧୀରେ ଧୀରେ ଜଙ୍ଗଲ ସାରା ପ୍ରସାରିତ ହୋଇ ଚାଲିଥିବାବେଳେ,ଜଙ୍ଗଲର ଜୀବ ଜନ୍ତୁ ମାନେ ମରଣ ମୁଖରେ ପଡ଼ିଥିବାବେଳେ, ଅନେକେ ନିଜ ବାସସ୍ଥାନ ଛାଡି ପଳାୟନ କରୁଛନ୍ତି। ଏହା ବର୍ତ୍ତମାନ ଜିଲ୍ଲା ବନ ବିଭାଗର ମୁଣ୍ଡବିନ୍ଧାର କାରଣ ପାଲଟିଛି ଏବଂ ନିଆଁକୁ ଆୟତ୍ତ କରିବାପାଇଁ ବନ ବିଭାଗ ତତ୍ପରତା ଦେଖାଇ ନିଆଁ ଲିଭାଳି ଦଳଙ୍କ ସହାୟତାରେ ବିଭିନ୍ନ ଉପାୟରେ ନିଆଁ ଲିଭାଇବାକୁ ଚେଷ୍ଟା କରିଚାଲିଛି। ବର୍ତ୍ତମାନ ଗ୍ରୀଷ୍ମ ୠତୁ ପ୍ରାରମ୍ଭିକ ଅବସ୍ଥାରେ ଥିବାବେଳେ, ଏହି ଅଞ୍ଚଳ ଗୁଡିକରେ ଦିନବେଳେ ସର୍ବାଧିକ ୩୩ ରୁ ୩୪ ଡିଗ୍ରୀ ତାପମାତ୍ରା ରହୁଥିବାବେଳେ, ଜଙ୍ଗଲ ଗୁଡିକରେ ନିଆଁ ଲାଗିଥିବା ଯୋଗୁଁ, ସାଧାରଣ ତାପମାନ ଠାରୁ ଅଧିକ ଚାରି ରୁ ପାଞ୍ଚ ଡିଗ୍ରୀ ତାପମାତ୍ରା ଅନୁଭୂତି ହେଉଅଛି। ଏନେଇ ପ୍ରବଳ ଜନ ଅସନ୍ତୋଷ ଦେଖିବାକୁ ମିଳୁଛି। ସରକାରଙ୍କ ବନିକରଣ ଯୋଜନା ପ୍ରହସନ ପାଲଟିଥିବାବେଳେ, ବର୍ତ୍ତମାନ ଥିବା ଜଙ୍ଗଲ ଗୁଡିକର ସୁରକ୍ଷା ପାଇଁ ସରକାରଙ୍କ ତରଫରୁ ଜଙ୍ଗଲ ଗୁଡିକ ମଧ୍ୟରେ ଥିବା ଅଧିବାସୀଙ୍କୁ ସଚେତନ କରାଇବା ପାଇଁ ଦୃଢ଼ ପଦକ୍ଷେପ ନିଆଯାଉ ବୋଲି ସାଧାରଣରେ ଚର୍ଚ୍ଚା ଓ ଦାବି ହେଉଛି।