April 27, 2026

ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ହାଇଟେକ ପ୍ଲାଜା ପରିସର ରେ ବିଜେଡି ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି,

IMG-20260325-WA0038
Share

  ପାରଳାଖେମୁଣ୍ଡି – ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ହାଇଟେକ ପ୍ଲାଜା ପରିସର ରେ ବିଜେଡି ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି, ଆସନ୍ତା ଦିନ ରେ ଥିବା ପଞ୍ଚାୟତ ନିର୍ବାଚନ ରେ ବିଜେଡି କିଭଳି ସଫଳ ହୋଇ ପୁଣି ଥରେ ବିଜେଡି ହାତକୁ ଆଣିବ ସେନେଇ ଆଲୋଚନା ହୋଇଥିଲା, ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅବସର ରେ ପାରଳା ନିର୍ବାଚନ ମଣ୍ଡଳୀ ର 20 ଜଣ ରୁ ଉର୍ଦ୍ଧ ବିଜେପି ଓ କଂଗ୍ରେସ ର କର୍ମୀ ବିଜେଡି ରେ ସାମିଲ ହୋଇଥିଲେ, ସମସ୍ତ ବିଜେଡି ନେତା କର୍ମୀ ଏକତ୍ର ହୋଇ କାମ କରିବା ପାଇଁ ଗୁରୁମନ୍ତ୍ର ଦେଲେ ହାଇଟେକ୍ ଗ୍ରୁପ ଅଧକ୍ଷ ତଥା ବରିଷ୍ଟ ବିଜେଡି ନେତା dr ତିରୁପତି ପାଣିଗ୍ରାହୀ । ବିଧାୟକ ରୂପେଶ ପାଣିଗ୍ରାହୀ ନୂତନ ଭାବେ ବିଜେଡି ସାମିଲ ହୋଇଥିବା ଲୋକ ମାନଙ୍କୁ ଉପଢଙ୍କନ୍ ଦେଇ ସ୍ବାଗତ କରିଥିଲେ ଓ ସମସ୍ତ ଙ୍କୁ ମିଳିମିଶି କାର୍ଯ୍ୟ କରିବାକୁ କହିଥିଲେ , ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ,କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇଆମ୍ମା, ଗୋଷାଣୀ ବ୍ଲକ ଅଧକ୍ଷ ଏନ୍ ଭିରରାଜୁ, ସମସ୍ତ ଜିଲ୍ଲାପରଷଦ, ସରପଞ୍ଚ , ସମିତି ଓ ବିଜେଡି ନେତା କର୍ମୀ ଉପସ୍ଥିତ ଥିଲେ