April 27, 2026

ଦୁଇ କୁଖ୍ୟାତ ଚୋରଙ୍କୁ ଗିରଫ କଲା କୁଜଙ୍ଗ ପୋଲିସ

IMG-20260325-WA0003
Share

 

 

କୁଜଙ୍ଗ ୨୪/0୩/୨୦୨୬,

 

( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ଅଭିଯୋଗ କାରିଣୀ ଅଞ୍ଜନା ମଲ୍ଲିକ, ସ୍ୱାମୀ-କବିନ୍ଦ୍ର ମଲ୍ଲିକ,ବୟସ ୪୧, ଙ୍କ ଏତେଲା ଅନୁସାରେ ଭଦ୍ରକ ଜିଲ୍ଲାର ଧୂଷୁରୀ ଥାନା ଅନ୍ତର୍ଗତ ସୂର୍ଯ୍ୟପୁର ଗ୍ରାମର ବିନୋଦ କୁଅଁର ଙ୍କ ୨୬ ବର୍ଷୀୟ ପ୍ରକାଶ କୁଅଁର ଏବଂ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ନିରଞ୍ଜନ ନାୟକ ଙ୍କ ୩୧ ବର୍ଷୀୟ ବିକାଶ ନାୟକ ଅଭିଯୋଗ କାରିଣୀ ଅଞ୍ଜନା ଙ୍କ ଘରେ ପଶି, ଗୋଟିଏ ବ୍ୟାଗରେ ରଖାଯାଇଥିବା ୧ ଟା ସୁନା ହାର, ୨ ଟା ସୁନା ଚେନ,୪ ପିସ ସୁନା ଚୁଡ଼ି,୨ ଟା ସୁନା ମୁଦି, ୧୦ ପିସ ସୁନା ଲକେଟ, ନଗଦ ୬୦ ହଜାର ଟଙ୍କା ଚୋରି କରି ନେଇ ଯାଇଥିଲେ । ଅଞ୍ଜନା ଙ୍କ ଅଭିଯୋଗ କ୍ରମେ ଏସ ଆଇ ରଶ୍ମିରଂଜନ ସାହୁ କେସ ନମ୍ବର ୦୪/୦୫/୧/୨୦୨୬ ରେ ଏକ ମାମଲା ରୁଜୁ କରି ଏହି ଚୋରିର ତଦନ୍ତ ଜାରି ରଖି,ଆସାମୀ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହେଲେ ଏବଂ ଗତ ୨୩/୦୩/୨୦୨୬ ତାରିଖରେ ଆଇପିସି ଧାରା U/s ୩୦୫(a)/୩୩୧(୪) ରେ କୋର୍ଟ ଚାଲାଣ କରିଛନ୍ତି । ଆସାମୀ ଦୁଇଜଣଙ୍କ ପାଖରୁ ଜବତ ହୋଇଥିବା ୧୦. ୭୦୦ ଗ୍ରାମ ସୁନାର ଗହଣା, ମୁଦି, ଲକେଟ, ଚେନ, ମଙ୍ଗଳସୂତ୍ର ଆଦି ଥିବା ବେଳେ, ୧୫. ୧୬୦ ଗ୍ରାମ ର ସୁନା ବିସ୍କୁଟ ମଧ୍ୟ ଜବତ ହୋଇଛି । ଏସ ଆଇ ରଶ୍ମିରଂଜନ ସାହୁଙ୍କର ନିର୍ଭିକ କାର୍ଯ୍ୟ ପାଇଁ କୁଜଙ୍ଗରେ ଚର୍ଚ୍ଚାର ବିଷୟ ପାଲଟିଛି ।