ଗୁଣୁପୁର ଓକିଲ ସଂଘର ନିର୍ବାଚନ ଉମା ପଟ୍ଟନାୟକ ସଭାପତି ଓ ବିଷ୍ଣୁ ପାଢ଼ୀ ସମ୍ପାଦକ ନିର୍ବାଚିତ
ଗୁଣୁପୁର ଓକିଲ ସଂଘର ନିର୍ବାଚନ
ଉମା ପଟ୍ଟନାୟକ ସଭାପତି ଓ ବିଷ୍ଣୁ ପାଢ଼ୀ ସମ୍ପାଦକ ନିର୍ବାଚିତ
ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ପ୍ରକାଶ ପାଇଛି ଗୁଣୁପୁର ବାର ଆସୋସିଏସନ ନିର୍ବାଚନ ଫଳାଫଳ । ସଭାପତି ଭାବେ ବରିଷ୍ଠ ଆଇନଜୀବୀ ଉମା ଚରଣ ପଟ୍ଟନାୟକ ନିକଟତମ ପ୍ରତିଦ୍ୱନ୍ଦୀ ଦେବୀ ଆଚାର୍ଯ୍ୟ ଙ୍କ ଠାରୁ ୫ ଖଣ୍ଡ ଭୋଟ୍ ରେ ବିଜୟ ହାସଲ କରିଛନ୍ତି । ଉମା ପଟ୍ଟନାୟକ ଙ୍କୁ ମୋଟ ୪୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଦେବୀ ଆଚାର୍ଯ୍ୟ ଙ୍କୁ ୩୫ଖଣ୍ଡ ଭୋଟ୍ ମିଳିଛି । ସେହିଭଳି ଉପସଭାପତି ଭାବେ ଗଣେଶ ସାହୁ ୫୪ ଖଣ୍ଡ ଭୋଟ୍ ପାଇ ବିଜୟ ହାସଲ କରିଥିବା ବେଳେ ନିକଟତର ପ୍ରତିଦ୍ବନ୍ଦୀ ରମେଶ ଲିମା ଙ୍କୁ ୨୦ ଖଣ୍ଡ ଭୋଟ୍ ମିଳିଥିଲା ।ସମ୍ପାଦକ ପଦବୀ ପାଇଁ ବିଷ୍ଣୁ ପାଢ଼ୀ ଓ ପ୍ରବୀଣ ପଟ୍ଟନାୟକ ଙ୍କ ମଧ୍ୟରେ ଟକ୍କର ହୋଇଥିବା ବେଳେ ବିଷ୍ଣୁ ପାଢ଼ୀ ୪୧ ଖଣ୍ଡ ଭୋଟ୍ ପାଇ ବିଜୟ ହାସଲ କରିଛନ୍ତି । ପ୍ରବୀଣ ପଟ୍ଟନାୟକ ଙ୍କୁ ୩୩ ଖଣ୍ଡ ଭୋଟ୍ ମିଳିଛି । ଯୁଗ୍ମ ସମ୍ପାଦକ ପଦବୀ ପାଇଁ ତ୍ରିମୁଖୀ ଲଢେ଼ଇ ହୋଇଥିଲା । ଆର ଡି ମିଶ୍ର ୪୨ ଖଣ୍ଡ, ଭାଗିରଥି ବାଙ୍ଗାରି ୧୭ ଖଣ୍ଡ ଓ ସୁଧୀର ପତି ୧୫ ଖଣ୍ଡ ଭୋଟ୍ ପାଇଥିବା ବେଳେ ଆର ଡି ମିଶ୍ର ବିଜୟ ହାସଲ କରିଛନ୍ତି । ସମସ୍ତ ବିଜେତା ପ୍ରତିନିଧିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ର ସୁଅ ଛୁଟୁଛି ।