ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ..

ତିର୍ତ୍ତୋଲ::-ତା:10/01/2026* ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ପ୍ରମୁଖ ବାଣିଜ୍ୟକେନ୍ଦ୍ର ରାହାମାରେ ଥିବା ଶ୍ରୀଶ୍ରୀ ମଦନ ମୋହନ ଜୀଉ (ଶ୍ରୀ ଜଗନ୍ନାଥ ମଠ) ପରିସରରେ ଆଜି ନାମାଚାର୍ଯ୍ୟ ଶ୍ରୀମଦ ବାୟାବାବା ଭାଗବତ ପ୍ରଚାର ସମିତି ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ-2026 ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ପ୍ରସ୍ତୁତି ବୈଠକ ରେ ରାଷ୍ଟ୍ରୀୟ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ ବ୍ରହ୍ମଚାରୀ ବାବା ସତ୍ୟାନନ୍ଦ ଦାସ ମହାରାଜ ପୌରାହିତ୍ୟ କରିବା ସହିତ ଶ୍ରୀଜଗନ୍ନାଥ ଙ୍କ ଲ୍ଲୀଳା ବର୍ଣ୍ଣନା ଓ ଆନ୍ତର୍ଜାତୀୟ ମହୋତ୍ସବ ସଫଳ ପାଇଁ ମାର୍ଗଦର୍ଶନ କରି ଥିଲେ। ଅନୁଷ୍ଠାନର ସମ୍ପାଦକ ତଥା ମୁଖ୍ୟ ସଂଯୋଜକ ଡକ୍ଟର ସୁନାକର ବେହେରା ସ୍ୱାଗତ ଭାଷଣ ସହ ସଭା ପରିଚାଳନା କରି କହିଥିଲେ । ଶାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଜଗନ୍ନାଥ ଙ୍କ ରାଜନୀତି ସଂଗୀତ ଗାନ କରିବା ସହିତ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜଙ୍କୁ ମଞ୍ଚକୁ ସ୍ୱାଗତ କରିଥିଲେ ! ଆସନ୍ତା ତା 11ମାର୍ଚ୍ଚ 2026 ଠାରୁ ତା 18 ମାର୍ଚ୍ଚ 2026 ପର୍ଯ୍ୟନ୍ତ ଦୀର୍ଘ ଆଠଦିନ ବ୍ୟାପି ଆନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ମହୋତ୍ସବ ଅନୁଷ୍ଠିତ ହେବା ସହ ମହାପ୍ରଭୁଙ୍କ 24ବେଶ, ନୀଳମାଧଵ ଙ୍କ ଲ୍ଲୀଳା ବୃତ୍ତାନ୍ତ, ରଘୁନାଥ ବେଶ,ଗିରି ଗୋବର୍ଦ୍ଧନ ବେଶ ସହିତ ପଞ୍ଚକୁଣ୍ଡିୟ ବିଶ୍ୱଶାନ୍ତି ମହାଯଜ୍ଞ,ପୁସ୍ତକ ମେଳା, ବ୍ୟକ୍ତିତ୍ୱ ବିକାଶ ଶିବିର ଅନୁଷ୍ଠିତ ହେବା ସହ ପ୍ରତ୍ୟକ ଦିନ ସନ୍ଧ୍ୟାରେ ସ୍କନ୍ଦ ପୂରଣ ଅନ୍ତର୍ଗତ ଶ୍ରୀଜଗନ୍ନାଥ ଲୀଳା ଚରିତ,ଶ୍ରୀମଦ ଭାଗବତ କଥାମୃତ ପ୍ରଦାନ ଏବଂ ଭାରତ ଓ ଭାରତ ବାହାରୁ ଆନ୍ତର୍ଜାତୀୟ ସାଧୁ ସନ୍ଥ,ଆଧ୍ୟାତ୍ମିକ ଗୁରୁମାନେ ଯୋଗଦେବାର କାର୍ଯ୍ୟକ୍ରମ,ଦକ୍ଷିଣ ଭାରତ ରାମେଶ୍ୱରମ ଶ୍ରୀଙ୍ଗେରୀ ଶାରଦା ପୀଠର ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ ପରମ ପୂଜ୍ୟ ସ୍ୱାମୀ ବିଧୁଶେଖର ଭାରତୀ ମହାରାଜ ଓ ପୂର୍ବ ଭାରତ ପୁରୀ ଗୋବର୍ଦ୍ଦନ ପୀଠର ଅନନ୍ତ ଶ୍ରୀବିଭୂଷିତ ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ ପରମ ପୂଜ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ଯୋଗଦେବା ନେଇ ସୂଚନା ପ୍ରଦାନ କରିଥିଲେ। ଉକ୍ତ ଆଧ୍ୟାତ୍ମିକ ସାମ୍ବାଦିକ ସମ୍ମିଳନୀ ରେ ମୁଖ୍ୟ ବକ୍ତା ଭାବେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବି ଶଙ୍କର ଜୀ ଙ୍କ ପରମ ଶିଷ୍ୟ ଜୋତ୍ରୀବିଦ ପଣ୍ଡିତ ତାପସ ରଞ୍ଜନ ଓ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ନୃସିଂହ ମଠ ଅଧିକାରୀ ରମାକାନ୍ତ ଦାସ,ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଜୋତ୍ରିବିଦ ଡ଼ଃ ଅରୁଣ କୁମାର ପାଣି,ବାବା ପ୍ରସନ୍ନାନନ୍ଦ ଅଧିକାରୀ, ସରକାରୀ ଓକିଲ କିଶୋର ଶତପଥୀ, ଯଜ୍ଞ ଆଚାର୍ଯ୍ୟ କିଶୋର ମିଶ୍ର,ବରିଷ୍ଠ ସମାଜସେବୀ ବିବେକାନନ୍ଦ ହୋତା, ରାମାୟଣୀ ପଣ୍ଡିତ ଅଭୟ ଦାଶ,ଗଡ଼ କୁଜଙ୍ଗ ସୁଭଦ୍ରାକ୍ଷେତ୍ର କୁଞ୍ଜବିହାରୀ ମନ୍ଦିରର ଶୁକଦେବ ନାୟକ, ଜିଲ୍ଲା ପରିଷଦ ସଭ୍ୟ ରବିନାରାୟଣ ସାହୁ,ସରପଞ୍ଚ ବ୍ରଜକିଶୋର ମହାରାଜ,ବଜାର କମିଟି ରାହାମା ସଭାପତି ଶିଶିର କୁମାର ଦାସ,ଶ୍ରୀ ଶ୍ରୀ ମଦନମୋହନ ଜୀଉ ମଠର ପରମ ସେବିକା ସ୍ବର୍ଣ୍ଣ ମାତା, ସମାଜସେବୀ ବିଜୟ କୁମାର ବିଶ୍ୱାଳ (କୁବେର ଭାଇ), ବ୍ରହ୍ମ ଜଗନ୍ନାଥ ମିଶନ ତାଳଦଣ୍ଡା ର ରୁନୁ ଭଉଣୀ ଇତ୍ୟାଦି ଅତିଥିମାନେ ଯୋଗଦେଇ ଥିଲେ।ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ଟ୍ରଷ୍ଟି,ବିଭିନ୍ନ ମଠ ମନ୍ଦିର ପରିଚାଳନା ପରିଷଦର ସଦସ୍ୟ,ସାମାଜିକ ସଂଗଠନର କର୍ମକର୍ତ୍ତା,ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ, ଗବେଷକ ଓ ପଣ୍ଡିତ ମାନେ ଯୋଗଦେଇଥିଲେ। ବୁଦ୍ଧିଜୀବୀ ଅକ୍ଷୟ କୁମାର ସାହୁ,ଅବସର ପ୍ରାପ୍ତ ଶିକ୍ଷକ ଶରତ ଚନ୍ଦ୍ର ସାହୁ, ପ୍ରଦୀପ୍ତ କୁମାର ସାହୁ, ମନୋହର ସ୍ୱାଇଁ, ଶିକ୍ଷକ ବିନୋଦ ବିହାରୀ ମୁଦୁଲି,ଦେବାଶିଷ ଅକ୍ଷୟ କୁମାର ମହାନ୍ତି, ଉପଦେଷ୍ଟା ଗାଲେଖ ସାହୁ, ଭ୍ରମର ବର ଭୂୟାଁ, କିଶୋରୀ ଦାସ,ପ୍ରଦୀପ ବେଉରା,ବିପିନ କୁମାର ବରାଳ, ବିନୋଦ କୁମାର ବରାଳ, ଦିଲ୍ଲୀପ ସେନାପତି, ଶ୍ରୀକାନ୍ତ ମହାନ୍ତି, ପ୍ରକାଶ ସ୍ୱାଇଁ, ରୁଦ୍ରନାରାୟଣ ନନ୍ଦ ଇତ୍ୟାଦି ସମ୍ମିଳନୀ କୁ ସଫଳ କରିବାରେ ସହଯୋଗ କରିଥିଲେ।ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
