ସାରଳା ମନ୍ଦିର ସମ୍ମୁଖରେ ହନୁମାନ ଜୀଉ ଙ୍କ ନୂତନବିଗ୍ରହ ପ୍ରତିଷ୍ଠା
ତିର୍ତ୍ତୋଲ ତା 25/2/2026 ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ମନ୍ଦିର ସମ୍ମୁଖରେ, କେଉଁ ଆବାହମାନ କାଳରୁ ପୂଜାପାଇଆସୁଥିବା ହନୁମାନଜୀଉ ଙ୍କ ମନ୍ଦିର କୁ, ସାରଳାପୀଠର ନବୀକରଣ କାର୍ଯ୍ୟନିମନ୍ତେ ସ୍ଥାନାନ୍ତର କରାଯାଇଥିଲା l ନୂତନମନ୍ଦିର ନିର୍ମାଣ ସରିବାପରେ ଶ୍ରୀଜୀଉ ଙ୍କ ବିଗ୍ରହ ସ୍ଥାନାନ୍ତର କରିବା ସମୟରେ ବିଗ୍ରହର ପାଦତଳୁ ଅଳ୍ପକିଛିଅଂଶ ଭାଙ୍ଗିଯାଇଥିଲା l ଭଗ୍ନବିଗ୍ରହ ପୂଜାକୁ ମାଆଙ୍କ ସେବାୟତମାନେ ବିରୋଧକରି, ନୂତନବିଗ୍ରହ ପ୍ରତିଷ୍ଠାକରିବା ନିମନ୍ତେ ଅଡ଼ିବସିଥିଲେ l ମନ୍ଦିରପ୍ରଶାସନ ସେବାୟତମାନଙ୍କ ଏହି ଯଥୋଚିତଦାବୀ କୁ ଗ୍ରହଣକରି, ପୂର୍ବରୁପୂଜାପାଉଥିବା ହନୁମାନଜୀଉ ଙ୍କ ମୂର୍ତ୍ତି ଭଳି ଆଉଏକ ବିଗ୍ରହନିର୍ମାଣ କୁଶଳୀଶିଳ୍ପୀ ଙ୍କ ଦ୍ୱାରା କରିବାପରେ, ଗତମଙ୍ଗଳବାର ଠାରୁ ନୂତନବିଗ୍ରହପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l ଆଜି ଏହି ନୂତନବିଗ୍ରହପ୍ରତିଷ୍ଠା କାର୍ଯ୍ୟ, ବୈଦିକ ବିଧିବିଧାନ ରେ ସମ୍ପନ୍ନ ହେବାପରେ, ପୂର୍ବରୁ ପୂଜାପାଉଥିବା ବିଗ୍ରହ ଙ୍କୁ ଶ୍ରୀକ୍ଷେତ୍ର ପୁରୀ ମହୋଦଧି ରେ ବିସର୍ଜନ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି l ତେବେ ଏହି ପ୍ରତିଷ୍ଠାକାର୍ଯ୍ୟରେ ମାଆଙ୍କ ପୁରୋହିତ, ପୁସ୍ତକାଚାର୍ଯ୍ୟ, ବଡ଼ପଣ୍ଡା, ପରିଚ୍ଛl ଙ୍କ ସମେତ ସମସ୍ତ ସେବାୟତ ନିୟୋଜିତ ଅଛନ୍ତି lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
